ଶୁଣରେ ପିଲେ ମନ ଦେଇ
ଶୁଣରେ ପିଲେ ମନ ଦେଇ
ଆଜି ପିଲେ ମୁହିଁ କହୁଛି କଥାଟି
ଶୁଣ ତୁମେ ମନ ଦେଇ
ଜୀବନରେ ଯେତେ ଆସିଲେ ବି ଝଡ
କେବେ ଡ଼଼ରି ଯିବ ନାହିଁ ।
ପିତା ମାତା ତୁମ ଚଳନ୍ତି ଠାକୁର
ତାଙ୍କ କଥା ମାନୁଥିବ
ଯାହା ସେ କହିବେ ତୁମ ହିତ ଲାଗି
ଏ କଥା ମନେ ରଖିବ ।
ମନ ଦେଇ ତୁମେ ପଢୁଥିଲେ ପାଠ
ନିଶ୍ଚେ ଦିନେ ବଡ଼ ହେବ
ପରିଶ୍ରମ କେବେ ଯାଏ ନାହିଁ ବ୍ୟର୍ଥ
ଏକଥା ଭୁଲି ନ ଯିବ ।
ବିଦ୍ୟାଳୟୁ ଆସି ବହି ଓ ପୋଷାକ
ସଜାଇ ନିତି ରଖିବ
ମାଆ ଯାହା ଦେବେ ହାତ ସଫା କରି
ଖୁସି ମନରେ ଖାଇବ ।
ଗୁରୁଜନ ଠାରେ ରଖିଥିବ ଭକ୍ତି
ସାନଙ୍କୁ କରିବ ସ୍ନେହ
ତାହାଲେ ଜିତିବ ଜଗତକୁ ସିନା
ହେବରେ ସଭିଙ୍କ ପ୍ରିୟ ।
