STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
270

         


   

ଶୁଖିଲା ପତ୍ରର 

କି ଭରସା ଅଛି ? 

ଦଲକାଏ ପବନରେ 

ଉଡି ଯାଏ 

କ୍ଷୀଣ ପାଣି ସୁଅରେ ବି 

ଭାସି ଯାଏ,

ଅସ୍ତିତ୍ୱ ତାର 

ନାହିଁ କିଛି ଆୟତ୍ତରେ 

ପଡି ଉଡି ଭାସି ବୁଲି 

ଠିକଣା ହଜାଏ 

ମାଟି ତଳେ ପଡିଥିଲେ 

ଉଇ ଚରିଯାଏ। 

ଏ ଶୁଖିଲା ପତ୍ରର 

ଭାଗ୍ୟ କିଛି ନ ଥାଏ 

ଗଛର ଡାଳରୁ ଖସି 

ଅଗଣାର ଅଳିଆ ହୁଏ,

କଅଁଳ ହେଉ କି ପାକଳ 

ବୃନ୍ତରୁ ଝଡି ପଡି 

ଗଛକୁ ଶ୍ରୀହୀନ କରେ। 

ଗଛ ତା ପତ୍ରକୁ ଝୁରି ହୁଏ 

ନୂଆ ପତ୍ର କଅଁଳବା ଯାଏ, 

ଫଟା କପାଳକୁ ନେଇ

ପତ୍ର ପଡି ରହେ। 

ଏ ଦୁନିଆଁରେ ସଂପର୍କର 

ଡୋର ଗଲେ ଛିଡି  

ଆତ୍ମୀୟଜନ ହୁଏ 

ଶୁଖିଲା ପତ୍ର ପରି, 

ଅଟକ କରି ପାରେନା 

କେହି କାହାକୁ 

ଛାତିରେ ଜାବୁଡି ଧରି। 

ଝଡି ଶୁଖି ଯିବା ଆଗରୁ 

ପତ୍ର ତା ରଙ୍ଗରେ 

ଗଛକୁ କରେ ସବୁଜମୟ, 

ଏ ସଂସାର ଗଛରେ 

ପତ୍ରଟିଏ ହୋଇ 

ଝଡିବା ଆଗରୁ 

ସବୁରି ଦୃଦୟକୁ 

କରିଦେବା ମଧୁମୟ। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy