ଶୁଖିଲା ହସ
ଶୁଖିଲା ହସ
କିଆଁ ହସୁଅଛ ଉଚ୍ଚାଟ
ଭରା ଶୁଖିଲା ହସ
ନାହିଁ ତ ସେଥିରେ
ଟିକିଏ ସରସ
ରହିଛି ସେଥିରେ
ଅବା କି ଗୂଢ ରହସ୍ୟ
ହସରୁ ଝରଇ ପରା
ମୁକୁତା
ଜାଣିନାହଁ କି ତୁମେ
ଏଇ ସରଳ କଥା
ଶୁଖିଲା ହସରେ
କରନି କାହାକୁ ସ୍ବାଗତ
ଜାଣିଯିବେ ସବୁ ତୁମ
ଛଳ
ହଜାଇ ଦେବ ତୁମେ
ବିଶ୍ୱାସ
ଛଳନାରେ ତୁମେ ହସିଲେ
ଜିଣି ପାରିବନି ଏ ଜଗତ
ନିଜକୁ ନିଜେ କଲେ
ସଂଜତ
ଏ ଦୁନିଆ ଖୋଲିଦେବ
ନାଲି ଓଠରେ ମୁରୁକି
ହସ
ଵଢାଇ ଦେଵେ ସର୍ଵେ
ସାହାଯ୍ୟର ହାତ ।
