STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଶୁଭକାମନା

ଶୁଭକାମନା

1 min
14.1K


ଜନ୍ମ ହେଲା ଯେବେ  ସୁନା ଭଉଣୀଟି

ଦେଇଥିଲା କେତେ ସୁଖ

ସେ ଦିନ ବି ଥିଲା     ଏ ଅଗଷ୍ଟ ମାସ

ଅଷ୍ଟବିଂଶର ତାରିଖ(1)


କୁଳକୁ ଉଜ୍ଜ୍ୱଳ    ଦୀପଶିଖା ପରି

ଆଣିଲା ଦିବ୍ୟ ଆଲୋକ

ବାପା ବୋଉ କେତେ ଖୁସି ହୋଇଥିଲେ

ଜ୍ଞାତି ଓ କୁଟୁମ୍ବ ଲୋକ(2)


ସେ ଭଳି ପବିତ୍ର   ଦିନଟେ ଆସିଛି

ଜନ୍ମଦିନ ପାଳିବାକୁ

ତା ସାଙ୍ଗରେ ସିଏ    ଯୋଜନା ରଖିଛି

ଅନ୍ୟ ମନ ମୋହିବାକୁ(3)


ମୋ ଶୁଭକାମନା     ମୋ ଶୁଭ ମନରେ

ରଖିଛି କେତେ ତା ପାଇଁ

ଜଗତ କରତା    ତା ମନୋକାମନା

ପୂର୍ଣ୍ଣ କରୁ ଦୟା ବହି(4)


ଶଙ୍ଖରେ ପୁରାଇ    ଚକ୍ର ଢାଙ୍କି ଦେଇ

କରୁଥାଉ ତାକୁ ଛାଇ

ସ୍ନେହ ଓ ମମତା  ବାଣ୍ଟି ଚାଲିଥାଉ

ଜଗତ କଲ୍ୟାଣ ପାଇଁ(5)


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational