Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pareshchandra Das

Tragedy

3  

Pareshchandra Das

Tragedy

ଶତାବ୍ଦୀର କୋହ

ଶତାବ୍ଦୀର କୋହ

1 min
12


ଭଗ୍ନ ସଂସାର ଭଗ୍ନ ମନୋରଥେ

    କିଏବା ବାହୁଛି ନାଆ ।

ଅସ୍ଥିର ମନ   ଜୀବିକା ଜୀବନ

   ପାଉ ନାହିଁ ଆଉ ରାହା ।।


ଧ୍ଵଂସର କାୟା   ବିସ୍ତାରି ଚାଲିଛି

   ମନେ ଦିଏ କେତେ ଶଙ୍କା ।

ଜୀବନ ସ୍ତବ୍ଧ    ଜୀବିକା ବିଦଗ୍ଧ

    ପ୍ରାରବ୍ଧ ହୋଇଛି ବଙ୍କା ।

    

ପେଟର ଭୋକ   ସମ୍ପର୍କର ଛାଟ

   ଉପର ଵାଲା ର ନାଟ ।

ମଳିନ ଆଜି     ଭବିଷ୍ୟତ ଧରା

   ପେଟ ପାଇଁ ହୁଏ ଫାଟ ।।


ଶୋଇଛି କିଏ   ଗଛ ମୂଳେ ଆଜି

    ଶୁନ୍ୟ ଆକାଶ କୁ ଚାହିଁ ।

ଦିମୁଠା ଅନ୍ନ     ମରଣ ଡାକୁଛି

   କର୍ମେ ବି ରହିଛି ଚେଇଁ।।


ପ୍ରତିଟି ପାଦେ   ମୃତ୍ୟୁ ବିଭୀଷିକା

    ଚାଲିଛି ଯନ୍ତ୍ରଣା ଗାଇ ।

ସମୟ କାନ୍ଦୁଛି  କଇଁ କଇଁ ହୋଇ

  ଶତାବ୍ଦୀ ର କୋହ ହୋଇ ।।


    

  


Rate this content
Log in

Similar oriya poem from Tragedy