Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Comedy

4  

Kunja Bihari Dalai

Comedy

ଶ୍ରମର ମୂଲ୍ୟ

ଶ୍ରମର ମୂଲ୍ୟ

1 min
364


ଶାଶୁ ଡାକିଛନ୍ତି ଶୁଣି ନଟବର

 ସମ୍ଭାଳି ପାରୁନି ଖୁସି,

  ପେଣ୍ଟ ସାର୍ଟ ବୁଟ୍ ପିନ୍ଧି ସରାଗରେ

   ବାହାରିଲା ହସି ହସି ।

ଗାଡି ଘୋଡ଼ା ନାହିଁ ଶ୍ଵଶୁର ଘରକୁ

 ଚାଲଇ ପଦ ବ୍ରଜରେ,

  ଥକ୍କା ହୋଇ ନଟ ବସି ପଡେ ଯାଇ

   ଦୋକାନ ଆଗ ବେଞ୍ଚରେ ।

ଦେହରୁ ଖୋଲିଲା ସାର୍ଟ ଟି ତାହାର

 ପୋଛିଲା ବୁଟ୍ କୁ ବସି,

  ସାର୍ଟ ଖୋଲି ବୁଟ୍ ପୋଛୁଅଛ କିଆଁ

   ଦୋକାନୀ ପଚାରେ ହସି ?

ନଟ କହୁଅଛି ବୁଝିଲନାଁ ଭାଇ

  ବୁଟ୍ ହିଁ ମୋର ଜୀବନ,

  କେତେ ଶ୍ରମ ଦାନେ କିଣିଅଛି ୟାକୁ

   ସେକଥା ତୁମେ ଜାଣିନ ।

ଆଶ୍ଚର୍ଯ୍ୟେ ଦୋକାନୀ ପଚାରୁଛି,ଯେବେ

 ନିଜ ପଇସାରେ ବୁଟ୍,

  ପାଇଗଲ ବୋଧେ ମାଗଣାରେ ଏହି

   ପିନ୍ଧି ଥିବା ସାର୍ଟ ସୁଟ୍ ?

ହେୟଜ୍ଞାନ କରି ଦୋକାନୀ ପ୍ରଶ୍ନର 

 ଉତ୍ତର ଦିଅଇ ନଟ,

  ବାପାଙ୍କ ଟଙ୍କାରେ ଏସବୁ କିଣିଛି

   ବାକି ଯାହା ଦେଖ ଥାଟ୍ଟ ।

କହୁଛି ଦୋକାନୀ ନିଜ କଷ୍ଟ ବୁଝି

 ଯତ୍ନେ କର ବୁଟ୍ ସଫା,

  ବାପାଙ୍କ କଷ୍ଟର ମୂଲ୍ୟ ବୁଝି ଯିବ

   ତୁମେ ଯେବେ ହେବ ବାପା ।



Rate this content
Log in

Similar oriya poem from Comedy