STORYMIRROR

Sunanda Mohanty

Inspirational

4  

Sunanda Mohanty

Inspirational

ଶ୍ରମିକ ଦିବସର ଅନୁଚିନ୍ତା

ଶ୍ରମିକ ଦିବସର ଅନୁଚିନ୍ତା

1 min
298


ଆମେ ସମେସ୍ତେ ଶ୍ରମିକ 

ଶ୍ରମ ଆମ ବୃତ୍ତି ଓ ମାପକ 

କିଏ କରେ ଶ୍ରମ କୌଳିକ 

କାହା ଶ୍ରମ ହୁଏ ଅଲୌକିକ 

ଯିଏ ଉଦ୍ଭାବକ ଅବା ବୈଜ୍ଞାନିକ 

ଶ୍ରମ ଜୀବନର ମାନଦଣ୍ଡ 

ଅଟେ ଅତୀବ ଅତ୍ୟାବଶ୍ୟକ 

ଶ୍ରମ ପାଇଁ ପରିଚୟ କିଏ ଲେଖକ 

ଶ୍ରମ ପାଇଁ ଇତିହାସେ ନାମ ଫଳକ 

ଶ୍ରମରୁ ସ୍ୱାସ୍ଥ୍ୟ ଓ ସୁସ୍ଥତା ପରିମାପକ 

ଶ୍ରମ ବିନା କୋଢିଆ କହନ୍ତି ଅନେକ 

ଶ୍ରମ ଜୀବନର ପାଥେୟ ପାଇଁ ଏକକ 

ଶ୍ରମିକ ସମେସ୍ତେ ଆମେ ବଦଳେଇବା 

ଦେଶ ଓ ଜାତିର ସ୍ଥିତି ଭୌଗୋଳିକ 

ପ୍ରତ୍ୟକ ମଣିଷ ଏଠି ଏକକ ସୈନିକ 

ଶ୍ରମ ଓ ଶ୍ରମିକ ସଭିଙ୍କପାଇଁ ପରିପୂରକ 

ତଥାପି କିଛିଲୋକ ବୋଲାନ୍ତି ଶ୍ରମିକ 

ମୁଣ୍ଡ ଝାଳ ତୁଣ୍ଡରେ ମାରି ଶାରୀରିକ 

ପରିଶ୍ରମ କରୁଥାନ୍ତି ଜୀବନ ଯାକ 

ଶ୍ରମରେ ପାରିଶ୍ରମିକ ନୁହଁଇ ପର୍ଯ୍ୟାପ୍ତ 

କୋଠା ବାଡ଼ି କଳକାରଖାନା ଗଢ଼ା ହୁଏ 

ଅପର୍ଯ୍ୟାପ୍ତ ବାଜି ତାଙ୍କ କୁଶଳୀ ହାତ 

ଶ୍ରମିକ ଦିବସରେ ସଲାମ ଶ୍ରମ ଓ ଶ୍ରମିକଙ୍କୁ 

ଶତ ଶତ ବାର ଅନେଶତ ରୁହନ୍ତୁ ସୁରକ୍ଷିତ 

ଶିଶୁ ଶ୍ରମିକମାନଙ୍କୁ ଦେଖିଲେ ଥଇଥାନ 

କରିବାକୁ ହେବ ଆମକୁ ସୁପରିକଳ୍ପିତ ନିଶ୍ଚିତ 

ତା ଅଧିକାର ତାକୁ ଫେରେଇବାକୁ ଚେଷ୍ଟା ଚରିତ୍ର 

ଜାରି ରଖିବା ପାଇଁ ଶ୍ରମିକ ଦିବସ ର ଅନୁଚିନ୍ତା 

ଏହି ଦିବସ ରେ ଆସ ଶପଥ ନେବା ତୁରିତ 

ସଭିଏଁ ପଢିବା ସଭିଏଁ ବଢିବା ସ୍ଲୋଗାନଶତତ 

ଶ୍ରମ ଏକ ଆବାଶ୍ୟକ ଯୋଗ ଭାବିବା ନିଶ୍ଚିନ୍ତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational