STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାମ ବନ୍ଦନା

ଶ୍ରୀରାମ ବନ୍ଦନା

1 min
342


ବନ୍ଦେ ରାମ ରଘୁଵର ଲକ୍ଷ୍ମଣ ଅଗ୍ରଜ

ବୈଦେହୀବଲ୍ଲଭ ଦଶରଥଙ୍କ ତନୁଜ l


କରୁଣା ମୟ ଧାର୍ମିକ ଶାନ୍ତ ବିପ୍ର ବନ୍ଧୁ

ଶ୍ୟାମଳ ଶାନ୍ତ ମୂରତି ରଘୁକୁଳ ଇନ୍ଦୁ l


ସତ୍ୟସନ୍ଧ ଶ୍ରୀରାଘବ ଲୋକ ଅଭିରାମ

ରାଜୀବଲୋଚନ ପ୍ରଭୁ ନୟନାଭିରାମ l


ପାପୀଙ୍କ ଉଦ୍ଧାର ପାଇଁ ନରଦେହ ଧରି

ଧରା ଧାମେ ଆସିଥିଲ ପ୍ରଭୁ ଅବତରି l


ଜାନକୀ ଛଳେ ବଧିଲ ଲଙ୍କାର ରାବଣ

ଖର,ଦୂଷଣ,ବିରାଧ ଦୈତ୍ୟ କୁମ୍ଭ କର୍ଣ୍ଣ l


ଶବରୀ ଶ୍ରମଣା କେତେକାଳୁ ଚାହିଁଥିଲା

ଅଇଁଠାକୋଳି ଖୁଆଇ ତୁମ୍ଭଙ୍କୁ ତୋଷିଲା l


ପିତୃ ସତ୍ୟପାଳି ଯାଇ ବନରେ ବୁଲିଲ

ଅପବାଦୁ ପତିବ୍ରତା ସୀତାଙ୍କୁ ତେଜିଲ l


ଓଲଟା ନାମକୁ ଜପି ଦସ୍ୟୁ ରତ୍ନାକର

ରାମାୟଣ ରଚି ଜଣା ମହାମୁନି ସାର l


ସୀତାରାମମୟ ଅଟେ ସମସ୍ତ ସଂସାର

ସନ୍ଥ ଶ୍ରୀତୁଳସୀଦାସ କଲେ ଯା ପ୍ରଚାର l


ରାମନାମ ସଂସାରରେ ଏକମାତ୍ର ସତ୍ୟ

ସତ୍ୟରେ ରହିଛି ମହୀ ସୃଷ୍ଟି ଆତଯାତ l


କୃପା ନିଧାନ ଶ୍ରୀରାମ କରୁଣା ସାଗର

ରାମ,ରାମ,ରାମ ବନ୍ଦେ ଭବୁ ପାରିକର l

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational