STORYMIRROR

Kulamani Sarangi

Romance

3  

Kulamani Sarangi

Romance

ଶ୍ରୀରାଧା

ଶ୍ରୀରାଧା

1 min
173


ହେ ବ୍ରଜ କିଶୋର ଚିତ୍ତ ବିନୋଦିନୀ 

ତୁଳନା ତୁମର କାହିଁ !!

ଆଦ୍ୟ ଆଷାଢ଼ର ବାରୀ ତୁମେ କାହ୍ନା

ମନ ଭିଜାଇବା ପାଇଁ ।0।


ତୁମ ହସଧାରେ ମକରନ୍ଦ ଝରେ 

ରୂପ ଲାବଣ୍ୟ ମାଧୁରୀ,

ଗୋବିନ୍ଦ ମନକୁ କରେ ଯେ ଚଞ୍ଚଳ 

ତୁମେ ସେହି ବ୍ରଜେଶ୍ୱରୀ,

ତୁମେ ପ୍ରକୃତିର ସୌନ୍ଦର୍ଯ୍ୟ ପସରା ପୁରୁଷ ବ୍ରଜ କହ୍ନାଇ; ।୧।


ଅମୃତ ଝରା ତୁମ ପ୍ରୀତିଧାରା

ଶାଶ୍ୱତ ତୁମ ରୀତି,

ମଧୁର ସଂଗୀତେ ଭରିଦିଅ ତୁମେ

ଯମୁନାର ରାକା ରାତି,

ଶେଷହୁଏ ନାହିଁ ଭକତି ଅବଧି ତୁମ ପାଦ ଚିତ୍ତେ ଧ୍ୟାୟୀ।୨।


ତୁମରି ସୁନ୍ଦର ଛନ୍ଦରେ ଅଧୀର

ହୁଏ ଗୋପ-ବଳା ମନ,

ଯେଉଁଠାରେ ଥାଏ ବଂଶୀ ବାଉଥାଏ

ଗାଇ ତୁମ ମଧୁନାମ,

ସଂଗୀତ ଲହରେ ପ୍ରୀତି ଧାରା ଝରେ,ରାଧା-କୃଷ୍ଣାମୃତ ସେହି।୩ ।


ହେ ମଧୁ ହାସିନୀ ! କାହ୍ନାବିଳସିନୀ

ଅନନ୍ୟ ରୂପ ପସରା,

ତୁମ ପାଦ ଚାହିଁ ହୁଅନ୍ତି ଯେ ବାଇ 

ସେହି ମୋର ପ୍ରଭୁ ପରା,

ପ୍ରେମ-ଭକତିର ମଧୁର ସ୍ପନ୍ଦନ ହୃଦୟକୁ ଯାଏ ଛୁଇଁ।୪।

ହେ ବ୍ରଜକିଶୋର ଚିତ୍ତ ବିନୋଦିନୀ ତୁଳନା ତୁମର ନାହିଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance