STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଶରୀର ଗ୍ୟାରେଜ

ଶରୀର ଗ୍ୟାରେଜ

1 min
319


ଦେହ ଗାଡ଼ି ମୋର ଖରାପ ହେଲାଣି

   ଗ୍ଯାରେଜ୍ ମୁଁ ଯାଉଅଛି,

ବୋର୍ ପିଷ୍ଟନ୍‌ଟା ଖାଇ ସାରିଲାଣି

   ବ୍ରେଏକ୍‌ କୋଉ ଧରୁଛି ।


ଇଞ୍ଜନିଟା ମୋର କାମ ଖୋଜିଲାଣି

   ଷ୍ଟାର୍ଟ ଆଉ ହେଉନାହିଁ,

କିକ୍‌ ମାରିମାରି ଥକିପଡିଲିଣି

   ମନ ଭଲ ରହୁନାହିଁ।


ତେଲ ପୋଡିବାଟା ଯାହା ସାର ହୁଏ

   ଗାଡ଼ି ମୋର ଗଡୁ ନାହିଁ,

ପେଲି ଠେଲି ତାକୁ ବଳିଆ ଠାକୁର

   ଗ୍ଯାରେଜ୍‌କୁ ନେଲି ମୁହିଁ।


ଗାଡ଼ି ଦେଖି ସିଏ ପରାମର୍ଶଦେଲେ

   ବହୁତ କିଛି ଲାଗିବ,

ଯେଣୁ ଦୀନ ଦୁଃଖୀମୁଁ ଭାବିଲି ଆଜି

    ଗାଡ଼ି ମୋ କି ସଜ ହେବ ।


ଚେନ୍ ପକେଟ୍ ମୋ ଖାଇ ତ ଯାଇଛି

   ନୂଆ ପକେଇ ପାରୁନି,

କେମିତି ଟା଼ୟାର ଟିଉ ପକେଇବି

    ମୁଣ୍ଡ ବିଗିଡି ଗଲାଣି।


ଗ୍ୟାରେଜ୍ ମିସ୍ତ୍ରୀ କହିଲେ ଏ ଗାଡ଼ି

   ଏମିତି ସେମିତି ନୁହେଁ,

ଦୁର୍ଲ୍ଲଭ ନିଆରା ଭିନ୍ନ ଇଞ୍ଜିନିୟରିଂ

   ଗାଡ଼ିର ମାନ ବଢାଏ, ।


ଆଜିକା କମ୍ପାନୀ ଏହିଭଳି ଗାଡ଼ି 

  ତିଆରି କରି ନ ଥାଏ

ଗାଡ଼ିରେ ଲାଗିଛି ଉନ୍ନତ ମାନର

  ମସ୍ତିଷ୍କ ଇଞ୍ଜିନିଟିଏ।


ଦୁଇ ଗୋଡ଼ ଏହି ଗାଡିର ଟାୟାର

   ହାତ ଦୁଇ ଷ୍ଟିଅରିଙ୍ଗ୍,

ବୁଦ୍ଧି ବିବେକର ମୋବିଲ ଖାଉଛି

   ଗାଡ଼ି ପ୍ରେମ ପେଟ୍ରୋଲିଙ୍ଗ୍।


ମୁହଁଟି ଗାଡ଼ିର ଆଗ ଭାଇଚର୍

    ଆଖି ଦୁଇଟି ଲାଇଟି,

ପାଟିଟା ତାହାର ହାଓଲିଙ୍ଗ୍ କରେ

   ସତେ କି ହର୍ଣ୍ଣ ବାଜୁଛି ।


ମନ ଜ୍ଞାନ ଦେଇ ଏ ଗାଡ଼ି ଚଳେଇ

   ଭବପଥ ପାର ହୁଅ,

 ରାଗ ଦ୍ଵୈଷ ଯଦି ପକେଟରେ ରଖ

   ଧକ୍କା ହେବ ତ ନିଶ୍ଚୟ।


 ଗାଡ଼ି ବିଷୟରେ ଜାଣିବାକୁ ହେଲେ

    ପୁରାଣ ପୋଥିକୁ ପଢ,

ଟିକେ ଭାବ ଆଉ ସତ୍ୟକୁ ଆଦରି

   ଗାଡ଼ି ମନ ଇଚ୍ଛା ଚଢ।


ଏ ଗାଡ଼ିରେ ଅହଂ କଳଙ୍କି ଲାଗିଛି

   ସ୍ନେହ ଷ୍ପର୍ଶରେ ଛଡାଅ,

ଶ୍ରଦ୍ଧା ଅନୁରାଗେ ଗାଡିଟିର ଯତ୍ନ

   ଭଲ କରି ନେଉଥାଅ।


ପରୋପକାରରେ ଗାଡ଼ିଟି ଲଗାଅ

   ଗାଡ଼ି ଧନ୍ୟ ହୋଇଯିବ, 

 ଗାଡ଼ି ଡିକିଟିରୁ ସ୍ଵାର୍ଥ ଲୋଭ ସବୁ

   ଶୀଘ୍ର ତୁମେ କାଢ଼ି ଦେବ।


ଏହି ରିପ୍ଯାରିଙ୍ଗ୍ ଗାଡ଼ି ଖୋଜୁଅଛି‌

   ପ‌ଇସା ଲାଗିବ ନାହିଁ,

ତେବେ ସବୁଦିନ ଭଲ ରହିଥିବ

   କେତେ ଯୁଗଯୁଗ ପାଇଁ।


ବଳିଆ ଠାକୁର ଗାଡ଼ି ବାବଦରେ

  ଯାହା ଯାହା ବୁଝେଇଲେ,

ବିନା ପ‌ଇସାରେ ଦୟାଳୁ ଠାକୁର

  ଗାଡ଼ି ମୋର ସଜାଡ଼ିଲେ।


ଜବାବ ମୁଁ ଦେଲି ଗାଡ଼ିଟିକୁ ଆଉ

   ଅଣଦେଖା କରିବିନି,

ମନପ୍ରାଣ ଦେଇ ଯତ୍ନ ନିଶ୍ଚେ ନେବି

   ଅବାଟେ ଚଳେଇବିନି।


ରାମନାମ‌ ମାର୍କା ହେଲମେଟ ସଦା

   ପିନ୍ଧି ଗାଡ଼ି ଚଳେଇବି,

ଧର୍ମର ସେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ

   ହୃଦୟରେ ରଖିଥିବି ।


Rate this content
Log in

Similar oriya poem from Comedy