STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଶ୍ରୀକ୍ଷେତ୍ରେ ଚନ୍ଦନ

ଶ୍ରୀକ୍ଷେତ୍ରେ ଚନ୍ଦନ

3 mins
318

ଚାପରେ ମଧୁସୂଦନ କଲେ ଦର୍ଶନ

ପାପ ତାପ ଦୂର ହୁଏ ଶାସ୍ତ୍ରେ ବର୍ଣ୍ଣନ।

ଚନ୍ଦନ ରେ ମହାପ୍ରଭୁ ଚାପ ଖେଳନ୍ତି

ନଉକାରେ ବସି ନାବ କେଳି କରନ୍ତି।

ଅପୂର୍ବ ପ୍ରଭୁ ଙ୍କ ଏହି ଲୌକିକ ଲିଳା

ଉଣା କରିଥାନ୍ତି ପ୍ରଭୁ ସଂସାର ଜ୍ବଳା।

ବୈଶାଖ ବିଷମ ଗ୍ରୀଷ୍ମ ପ୍ରଚଣ୍ଡ ତାତି

ଆକାଶୁ ଅନଳ ସତେ ହୁଅଇ ବୃଷ୍ଟି।

ତତଲା ମାଟି ପାଣି ତତଲା ପବନ

ଅଥୟ ହୁଅଇ ସାରା ଜନ ଜୀବନ।

ପ୍ରଭୁଙ୍କୁ ବି ବଇଶାଖ ଦିଏ କଷଣ

ସେଲାଗି ତାଙ୍କର ଏହି ଚାପ ଚନ୍ଦନ।

ଶଖା ସହୋଦର ଆଉ ପତ୍ନୀ ଙ୍କୁ ନେଇ

ବାହାରନ୍ତି ପ୍ରଭୁ ଚାପ ଖେଳିବା ପାଇଁ।

ଅକ୍ଷି ତୃତୀୟା ରୁ ହୁଏ ଆରମ୍ଭ ସେତ

ଏକୋଇଶି ଦିନ ଏହି ଚନ୍ଦନ ଯାତ ।

ବାହାର ଚନ୍ଦନ ଭାବେ କ୍ଷାତ ଯେ ଏହି

ନରେନ୍ଦ୍ର ପୋଖରୀ ରେ ଲିଳା ଲାଗଇ ।

ଶ୍ରୀମନ୍ଦିରୁ ନରେନ୍ଦ୍ର କୁ ଲାଗେ ଗହଳି

ଜୟଜୟ ଜଗନ୍ନାଥ ପଡେ ଉଛୁଳି।

ମଧ୍ୟାହ୍ନ ଧୂପ ଯେବେ ହୋଇ ଥାଏ ଶେଷ

ମହାପ୍ରଭୁ ହୋଇଥାନ୍ତି ଚନ୍ଦନ ବେଶ।

ପୁଷ୍ପାଳକ ମାନେ ଏହି ବେଶ କରନ୍ତି

ବାସ ଚନ୍ଦନ କର୍ପୂର ଚୁଆ ଲେପନ୍ତି।

କପାଳ ରେ ଚିତା ନାକେ ଗୁଣା ପିନ୍ଧାନ୍ତି

ମୁଖ ତଳେ ଅଧରମାଳା କୁ ଝୁଲାନ୍ତି।

ଦିଅଁ ମାନଙ୍କ ମଥାରେ ରାହୁ ରେଖାଟି

କପାଳେ ଅଳକା ପୁଣି ଖଞ୍ଜା ଯାଏଟି ।

ରଙ୍ଗ ବେରଙ୍ଗ ଫୁଲର ଆଭୂଷଣ ରେ

ସଜ୍ଜିତ ହୋଇଥାନ୍ତି ତିନି ଠାକୁରେ ।

ମଦନମୋହନ ରାମକୃଷ୍ଣ ମୂରତୀ

ମନ୍ଦିର ଦକ୍ଷିଣ ଘରୁ ସେତ ଆସନ୍ତି।

ରତ୍ନ ସିଂହାସନେ ଦିଅଁ ପୂଜା ହୁଅନ୍ତି

ଆଜ୍ଞାମାଳ ଘେନିଣ ଯାତକୁ ଯାଆନ୍ତି।

ଗଜଦନ୍ତ ପାଲିଙ୍କି ରେ ରାମକୃଷ୍ଣ ଯେ

ବୋହି ଆଣି ମହାଜନେ କରନ୍ତି ବିଜେ ।

ସଜାହୋଇ ରହିଥାଏ ମଣି ବିମାନ

ବିଜେ କରନ୍ତି ଯହିଁ ମଦନମୋହନ।

ସାଥିରେ ତ ଭୂଦେବୀ ଶ୍ରୀଦେବୀ ଯାଆନ୍ତି

ବିମାନ ବଡୁ ବିମାନ ବୋହି ନିଅନ୍ତି।

ବିଜେ କାହାଳୀ ଯେବେ ଦ୍ଵାରରେ ବାଜଇ

ଘଣ୍ଟ ଘଣ୍ଟା ଭେରି ତୁରୀ ଉଛୁଳେ ତହିଁ।

ନରେନ୍ଦ୍ର ପୋଖରୀ କୁ ଯାତରା ଆରମ୍ଭ

ସିଂହଦ୍ଵାରେ ଚାହିଁଥାନ୍ତି ପଞ୍ଚୁପାଣ୍ଡବ।

ଅକ୍ଷୟ ତୃତୀୟା ରେ ରଥ ଅନୁକୂଳ

ସେଲାଗି ଆଗେ ଆଗେ ଯାଏ ଆଜ୍ଞାମାଳ।

ତାପରେ ମଣି ବିମାନ ଦୋହଲି ଚାଲି

ଗଜଦନ୍ତ ପାଲିଙ୍କି ତ ଚାଲନ୍ତି ହଲି ।

ପଛେପଛେ ଯାଉଥାନ୍ତି ପଞ୍ଚୁପାଣ୍ଡବ 

ଶ୍ରୀକ୍ଷେତ୍ର ଧାମର ସେ ପଞ୍ଚ ମହାଦେବ ।

ଜମ୍ବେଶ୍ଵର ମାର୍କଣ୍ଡେଶ୍ୱର ଲୋକନାଥ

କପାଳ ମୋଚନ ଆଉ ଶ୍ରୀ ନୀଳକଣ୍ଠ।

ଭଜନ କୀର୍ତ୍ତନ ପୁଣି ନାଚ ଗୀତରେ

ଉଛୁଳଇ ବଡ଼ଦାଣ୍ଡ ଭାବ ଭକ୍ତିରେ।

ରଥଖଳାରେ ଆଜ୍ଞାମାଳ ମାନ ଦେଇ

ଦିଅଁମାନେ ଯାଇଥାନ୍ତି ଆଗେ ଆଗେଇ।

ବଡ଼ଦାଣ୍ଡେ ଶୋଭାଯାତ୍ରା ଶୋଭା ସୁନ୍ଦର

ଭକ୍ତଙ୍କ ଗହଳି ଆହା ଭାବେ ବିଭୋର ।

ନରେନ୍ଦ୍ର ରେ ନନ୍ଦା ଭଦ୍ରା ଥାଆନ୍ତି ଚାହିଁ

ଦିଅଁ ମାନଙ୍କର ସେବା କରିବା ପାଇଁ।

ନରେନ୍ଦ୍ର ପୁଷ୍କରିଣୀ ସେ ପବିତ୍ର ତୀର୍ଥ 

ଚନ୍ଦନ ସରୋବର ଭାବରେ ସେ କ୍ଷାତ ।

ପୁତ ପବିତ୍ର ସେହି ପୂଣ୍ୟ ତୀର୍ଥ ଜଳ

ଗଙ୍ଗା ଯମୁନା ତହିଁ ସତେ ଅବା ମେଳ।

ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର

ଦେଶ ଭକ୍ତ ବୀର ସେତ ନାମ ନରେନ୍ଦ୍ର।

ମାତୃଭୂମି ପାଇଁ ବୀର ଦେଲେ ଜୀବନ

 ତାଙ୍କ ସ୍ମୃତି ରେ ହେଲା ପୋଖରୀ ଖନନ।

ନରେନ୍ଦ୍ର ପୁଷ୍କରିଣୀ ନାମ ଯେ ରହିଲା

କରନ୍ତି ପ୍ରଭୁ ତହିଁ ଏ ଚନ୍ଦନ ଲିଳା ।

ଦିଅଁ ମାନଙ୍କ ବିମାନ ପାଲିଙ୍କି ମେଳ

ନରେନ୍ଦ୍ର କୂଳରେ ସବୁ ହୁଅନ୍ତି ଠୁଳ ।

ସେବକେ ଦିଅଁ ମାନଙ୍କୁ ନିଅନ୍ତି ବୋହି 

ଚନ୍ଦନ ଚକଡା଼ ରେ ବସାନ୍ତି ଯେ ନେଇ ।

ପାଦ ଧୋଇ କରାଯାଏ ପାଦ ବନ୍ଦନା

ଲାଗିହୁଏ ପାଣି ଆଉ ଶୀତଳ ପଣା ।

ନରେନ୍ଦ୍ର ଜଳରେ ସଜ ଚାପ ଦୁଇଟି

ଧବଳ ବରଣ ଜଣେ ଜଣେ ନାଲିଟି ।

ଧଳା ରଙ୍ଗ ଚାପ ନାମ ନନ୍ଦା ଅଟଇ

ଭଦ୍ରା ଯେ ନାଲି ଚାପ ଆଗେ ଭାସଇ ।

ରାମକୃଷ୍ଣ ସାଥେ ପଞ୍ଚ ମହାଦେବ ଟି

ନାଲି ରଙ୍ଗ ଚାପରେ ତ ବିଜେ କରନ୍ତି।

ନନ୍ଦା କୁ ଆନନ୍ଦ ରେ କରନ୍ତି ଗମନ

ଶ୍ରୀଦେବୀ ଭୂଦେବୀ ଶ୍ରୀ ମଦନମୋହନ ।

ସର୍ବାଗ୍ରେ ଭାସମାନ ବୈଜୟନ୍ତୀ ନାଆ

ନାଆ ସେତ ଚାପ ଙ୍କୁ ଦେଖାନ୍ତି ଯେ ରାହା ।

ସେ ନାଆ ରେ ନାଉରୀ ସାଥେ ମସାଲିଆ 

ଥାନ୍ତି ଘଣ୍ଟୁଆ ବାଦ୍ୟକାର କାହାଳିଆ ।

ଦିଅଁ ମାନଙ୍କର ପ୍ରତି ଚାପରେ ତହିଁ

ସେବକେ ଥାଆନ୍ତି ସେବା କରିବା ପାଇଁ।

ପୂଜାପଣ୍ଡା ଗରାବଡୁ ବଡୁ ସିଂହାରୀ

ସୁଆରବଡୁ ହଡ଼ପ ଖୁଣ୍ଟିଆ ପତ୍ରୀ।

ବୈଜୟନ୍ତୀ ନାଆ ପଛେ ଭଦ୍ରା ଯାଆନ୍ତି

ଘଣ୍ଟ ଘଣ୍ଟା ଭେରି ତୁରୀ ଉଛୁଳୁଥାନ୍ତି।

ଧବଳ ଚାପ ଟି ଆହା ପଛେ ଭାସନ୍ତି

ରଶିକ ନାଗର ଯହିଁ ରଙ୍ଗ କରନ୍ତି।

ନାଉରୀଆ ନାଆ ବାହି ମାରନ୍ତି କାତ 

କୂଳେ ହରିବୋଲ ହୁଳହୁଳି କମ୍ପେତ।

ନରେନ୍ଦ୍ର ପୁଷ୍କରିଣୀ ଚାରିପାଖେଟି

ଚାପ ରେ ଦିଅଁ ମାନେ ଘୁରି ଯେ ଥାନ୍ତି।

ପ୍ରତିଦିନ ଦୁଇଥର ଚାପ ହୁଅଇ

ଦିନ ଚାପ ରାତି ଚାପ ଭାବରେ ସେହି ।

ସରିଗଲେ ଦିନ ଚାପ ଦିଅଁ ମାନେଟି

ଚନ୍ଦନ ଚକଡା଼ ରେ ବିଜେ ହୁଅନ୍ତି।

ବାସ ଚନ୍ଦନ ମିଶ୍ରିତ ଶୀତଳ ଜଳେ

ସ୍ନାନ କରିଥାନ୍ତି ଦେବାଦବୀ ସକଳେ ।

ସ୍ନାହାନ ସରିଲେ ଫୁଲ ଚନ୍ଦନେ ତହିଁ

ବେଶ ହୋଇଥାନ୍ତି ଦିଅଁ ଦେବତା ସେହି।

ମଦନମୋହନଙ୍କ ନିତି ନୂଆ ବେଶ

ଭକତ ମାନଙ୍କୁ ଢାଳି ଥାନ୍ତି ଆଶିଷ।

ନଟବର ହରିଜନ୍ମ ରାଜାଧିରାଜ

ଖଟଦୋଳି ବେଶେ ବିଜେ ହୁଅନ୍ତି କୁଞ୍ଜ ।

ବ୍ରହ୍ମ ଗୋପାଳ ବନରେ ବତ୍ସା ଚାରଣ

ବ୍ରହ୍ମ ବିମୋହନ ଅଘାସୁର ନିଧନ ।

ଚକ୍ର ନାରାୟଣ ବେଶ ଯମୁନା କେଳି

କନ୍ଦର୍ପ ରଥ ବେଶ ରାହାସମଣ୍ଡଳି ।

 ଷଡଭୂଜ ଗୌରାଙ୍ଗ ରଘୁନାଥ ବେଶ

ଗୋବର୍ଦ୍ଧନ ଟେକା ବସ୍ତ୍ର ହରଣ ବେଶ।

ଚିନ୍ତାମଣି କୃଷ୍ଣ ଯେ ଗଜ ଉଦ୍ଧାରଣ

କୁଞ୍ଜବିହାରୀ ବେଶ ହୋଇଥାନ୍ତି ଜାଣ ।

ବେଶ ପରେ ହୁଏ ଲାଗି ମାଣ୍ଡୁଅ ଭୋଗ

ତାପରେ ରାତି ଚାପ ହୁଅଇ ଆରମ୍ଭ।

ନରେନ୍ଦ୍ର ର ଚଉପାଶେ ଚାପ ମାନେଟି

ତିନି ଘେରା ଘୁରି ଜଳ କ୍ରୀଡା କରନ୍ତି ।

ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ଯାଏ

ଏକୋଇଶ ଦିନ ଏହି ଚନ୍ଦନ ହୁଏ।

ନିତି ଆସି ଦିଅଁ ମାନେ ଚାପ ଖେଳନ୍ତି

ଚାପ ସାରି ମନ୍ଦିର କୁ ଫେରି ଯାଆନ୍ତି ।

ଚନ୍ଦନ ସରିବା ର ପୂରୁବ ଦିନତ

ଶ୍ରୀକ୍ଷେତ୍ର ଭଉଁରୀ ଭାବେ ସେ ତିଥି କ୍ଷାତ।

 ଚାପ ସରୁସରୁ ଅଧ ରାତି ହୁଅଇ

ଭକତଙ୍କ ପ୍ରବଳ ଗହଳି ଲାଗଇ ।

ତାପର ଦିନ ଯେ ଶେଷ ଚନ୍ଦନ ଯାତ

ଦିନ ଚାପ ପରେ ହୁଏ ଲିଳା ର ଅନ୍ତ ।

ସେହି ଲିଳାମୟଙ୍କୁ ତ ଚାପରେ ଦେଖି

ଧନ୍ୟ ହୋଇଥାଏ ଆମ ଏ ପାପ ଆଖି ।

ତାଙ୍କରି ପାଦରେ ଢାଳି ଶତ ପ୍ରଣତି

ଏ ଅଧମ କରେ ତାଙ୍କ ପାଦେ ମିନତି,

ଦୋଶାଦୋଷ କୁ ମୋ ପ୍ରଭୁ କ୍ଷମା କରିବ

କୃପାନେତ୍ରେ ଅଧମକୁ ଚାହିଁ ଯେ ଥିବ ।


Rate this content
Log in

Similar oriya poem from Classics