STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ଶ୍ରୀ ରାଧା ପାଦ ଦର୍ଶନ

ଶ୍ରୀ ରାଧା ପାଦ ଦର୍ଶନ

1 min
260


ପ୍ରେମମୟୀ ଶ୍ରୀରାଧା 

ଯାହାଙ୍କ ଅମ୍ଳାନ ପ୍ରେମର

ଜୟ ଗାନ କରେ

ଏ ସାରା ବସୁଧା,

ଶ୍ରୀକୃଷ୍ଣ ଯୁଗ ପୁରୁଷଙ୍କ

ସେ ପ୍ରାଣ ପ୍ରିୟା

ନାମ ସ୍ମରଣେ ତାଙ୍କର

ଘୁଞ୍ଚିଯାଏ ଯେତେ ବାଧା।

କାର୍ତ୍ତିକ ଶୁକ୍ଳପକ୍ଷ

ପବିତ୍ର ଅଁଳା ନବମୀ,

ଏ ଦିନେ ମହାପୁଣ୍ୟ ମିଳେ

ଶ୍ରୀ ରାଧାପାଦ ଦର୍ଶନେ ପ୍ରଣମୀ।

ଶ୍ରୀ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି

ପବିତ୍ର ପ୍ରେମର ଆଧାର,

ତାଙ୍କର ଶୁଭ ଆଶୀର୍ବାଦେ

ଚାଲେ ସାରା ସଂସାର।

ଶ୍ରୀ ରାଧା ବିନା

ଶ୍ରୀ କୃଷ୍ଣ ଏକା ଅଧୁରା,

ପ୍ରକୃତି ପୁରୁଷ

ସୃଷ୍ଟିତତ୍ତ୍ଵର ସାହାରା।

ମିଛ ମାୟାରେ ପଡ଼ି

ମାନବ ହୁଏ ପଥହରା,

ରାଧାକୃଷ୍ଣ ବେନିଙ୍କ

ଆଦର୍ଶ ଯୁଗେ ଯୁଗେ

ପ୍ରବାହିତ କରେ

ଅନାବିଳ ପ୍ରେମର ଧାରା।

ଏ ଭାବ ହୃଦୟେ 

ଅନୁଭବି ନରନାରୀ,

ପ୍ରେମର ଭାବ ବିନିମୟେ

ଭବ ସିନ୍ଧୁ ହୁଅନ୍ତି ପାରି।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract