STORYMIRROR

Abhiram Sahoo

Inspirational

3  

Abhiram Sahoo

Inspirational

ଶ୍ରୀ ଚକାନୟନ

ଶ୍ରୀ ଚକାନୟନ

1 min
14.1K


ତୁମ ନେତ ପତିତପାବନ

ତୁମ ବେତ ପାତକନାଶନ

ସେ ନେତ ଦେଖିଲେ ସେବେତ ଚାଖିଲେ

ଦରଶନ ମିଳେ ସିନା

ଶ୍ରୀ ଚକାନୟନ ।୦।


ପତିତଜନଙ୍କୁ ପ୍ରଭୁ ଉଦ୍ଧାରିବାପାଇଁ

ଧର୍ମର ପତାକା ତୁମେ ଦେଇଛ ଉଡାଇ

ସେ ଧର୍ମନେତରୁ ଝରୁଛି କରୁଣା

ଥରେ ଚାହିଁଦେଲେ ମିଳେ

କୋଟି ଜନ୍ମ ପୁଣ୍ଯ

ଶ୍ରୀ ଚକାନୟନ ।୧।


ଦେହରେ ବାଜିଲେ ନେତ ଖଣ୍ଡଇ ପାତକ

ଖୋଲିଯାଏ ଭକତିର ମୁଦା ସେ ଫାଟକ

ରତ୍ନ ସିଂହାସନେ ତୁମ ଦରଶନେ

ମନେହୁଏ ସତେ କି ସେ

ବୈକୁଣ୍ଠ ଭୁବନ

ଶ୍ରୀ ଚକାନୟନ ।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational