ଶ୍ରାବଣ ତୁ ଥିଲୁ କୋଉଠି
ଗ୍ରୀଷ୍ମ ବେଳେ ଉଷ୍ମରେ
ଖୋଜି ଏଠି ସେଠି
ଆଖି କଣେ ତତେ ଦେଖିଥିଲି
ଲେଖିଲା ବେଳେ ସେ ଗୋଲାପୀ ଚିଠି
ଆଜି ଆସିଛୁ ବର୍ଷୁଛୁ
ଲାଗୁଛି ଜୀଵନ ଏଠି
ଛନ୍ଦହୀନ ନିଷ୍କପଟ କାଚର ଗୋଟି
ଜେଜେ ତଥାପି ଦେଖାଇ ପିଠି
ଖୋଜନ୍ତି ଖରା ଚାହିଁ ଆକାଶେ ବଉଦ ଗୋଟି
ବୟସ ଏମିତି ଢଳିଲା ତୁ ଢାଳିଦେ ଧରାରେ
ସବୁଜ ପଣତରେ ଧରା ମାଆ ହସୁ ଏଇଠି
ଭୁଲିଯିବେ ଜେଜେ ଦେଖି ସାଧବ ବୋହୁ ଗୋଟି
ଆସିବ ଯେବେ ଲେଉଟି
ଜେଜେ ମାଆ କଥା ହେଜି ପଡିବେ ଲୋଟି
ଭାଇ କାଉଡ଼ିଆ ସାଜି ବାହୁଙ୍ଗୀ ଛାଟି
ଗଲାଣି ଜଳାଶୟ ପାଇଁ ଫିଟାଇ ତାଟି
ବୋଉ ଡାକେ ମହାଦେବଙ୍କୁ ପକାଇ କାନିରେ ଗଣ୍ଠି
ଚାଳ ବଦଳି ଛାତ ପଡିଲେ ନଡ଼ିଆ ପିଟି
ମାନସିକ ମାସ ଶ୍ରାବଣ ଗୋଟି
ପତର ଦେଇ ଉତ୍ତର ଚାହିଁଛି ମୁଁଟି
ଏସନ ଶ୍ରାବଣେ ବାଇଦ ବଜେଇ ନେବ ରାଜା
ପାଛୋଟି ତା ଘରେ ବଧୂବେଶେ ଟି
ଋତୁ ଯିବ ଆସିବ ହେଲେ ଶ୍ରାବଣ ଉପହାର ଛାଟି
କୃଷକ ଭାଇ ବୁଣିବ ଅମଳିବ କଷଣ ବର୍ଷଣ ଲୋଟି
ଡାକୁଛି ହାତ ଠାରି ମାଆ ମାଟିଆ ଶ୍ରାବଣ ଭିଜାଇଦେ
ଆକୁଳ ସକଳ ପ୍ରାଣୀ ପରାଣ ଗୋଟି
କୃଷକ ଘରଣୀ ସଜାଡେ ରଖିଥିବା ଅକ୍ଷିମୁଠି
ଚିତା ଝୋଟି ଛାଟି ବାଟି କାଟି ପଡିଛି ଲୋଟି
ଏସନ ଶ୍ରାବଣ ସାଥେ ମୌସୁମୀ ଆସିଛି ଫିଟି
ବେଙ୍ଗ ବେଙ୍ଗୁଲି ଗାଆନ୍ତି କେଁ କଟର ତାଳେ
ପ୍ରେମ ସଂଗୀତ ଯେଣୁ ଅନ୍ଧାର କିଟି କିଟି
ମାଠି ମୁଠି ବେଣୀ ମୁଁ ଦେଇଛି ଛାଟି
ଶ୍ରାବଣ ପରି ପକ୍ଷୀରାଜ ଘୋଡାରେ ଆସିବ
ବରବେଶ ହୋଇ ଦୁରଦେଶୀ ପ୍ରେମିକ ଛୁଟି
ଶ୍ରାବଣ ରେ ଶ୍ରାବଣ ତୁ ପ୍ରେମ ଫଲ୍ଗୁର ଚନ୍ଦନ ଟିପି
,,,,,,,,,,,,,,,,,,