STORYMIRROR

Narmada Sahu

Inspirational Others

3  

Narmada Sahu

Inspirational Others

ଶ୍ରାବଣ ଭର୍ତ୍ତି ଆକାଶଟେ ଅଛି

ଶ୍ରାବଣ ଭର୍ତ୍ତି ଆକାଶଟେ ଅଛି

1 min
13.8K


ମୋ ବିଶ୍ଵାସର ଦେଉଳରେ

ମୁଣ୍ଡ ନଥିବା ହୃଦୟଟେ ଅଛି,,

ଛାତି ନଥିବା ଦିହଟେ ବି,,,

ମୁଁ ନିତି ଜୀଉଁଥାଏ

ରାତି ନଥିବା ବୟସଟେ,,,,,

ମୋ ନିଜ ସହରେ

ମୁଁ ହଜେଇଛି ଆଧାର,,,,

ଭୋଟର୍,,,,ପ୍ୟାନ୍ ,,,ପ୍ରମାଣ

ମୁଁ ଯାଯାବର,,,,,,

ବିଶ୍ଵାସ ଥାଉ କି ନଥାଉ

ଶ୍ଵାସ ପାଉଁଶ ହବାଯାଏ

ଜୀବନର ବୀମା,,,,,

ଆଉ

କ'ଣ କରିହେବ????

ଇଚ୍ଛାମୃତ୍ୟୁ,,,,

ମାମା କହିଲେ,,,,

ମୃତ୍ୟୁ ପାଇଁ ଲକ୍ଷେ କାରଣ

ଜୀବନ ପାଇଁ ଗୋଟେ,,,

ନିଜକୁ ପ୍ରେମ କର

ଜୀଇ,,,,

ମୁଁ ଯେମିତି,,,,,,

ଜୀବନ

ମରିବାକୁ ପଥ ଦେଖାଏ

ତୁ ଜୀବନକୁ ପଥ ଖୋଜ୍,,,

ଆକାଶ ମୋ ମଥାନରେ

ନିର୍ଭୟ ପ୍ରତିଶୃତି ଟିଏ

ନିରବତା କଷ୍ଟର

ଉଶ୍ଵାସ ପାଇଁ

ଛାତି ଫଟେଇ ସେ ବି କାନ୍ଦେ,,,,

ମୋ ପରି

ବର୍ଷା ହୋଇ କେବେକେବେ,,,,,

ତମ ବାରଣରେ

ମୁଁ ଦେବଦାସ,,,,,

ତମ ଆକାଶ ଭର୍ତ୍ତି

ପ୍ରେମ ଫେରେଇ ନିଅ,,,,

ମୋର ଶ୍ରାବଣ ଭର୍ତ୍ତି

ଆକାଶର ସାଥ୍ ଅଛି,,,,,

★ନର୍ମଦା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational