STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଶୋଇଯା ମାମା

ଶୋଇଯା ମାମା

1 min
197


ଶୋଇଯା ମାମା 

ନୀଳ ଗଗନେ 

 ଚୁନା ଚୁନା

ତାରାଫୁଲେ

ହସୁଛି ଚାନ୍ଦ

ଥରେ ଦେଖିନେ

ତା ମୁଖକୁ ତୁ ହସିଲେ

  ସେ ହସିବ

 ଆଉ କାନ୍ଦନା ଜମା

ତୁ କହିଲେ ଜହ୍ନ

ଆଣିଦେବି ଭାଙ୍ଗି

ଗଲେ ଧନ ଗଢି

ଆଣିଦେବି ହାତୀ

ଘୋଡା କଣ୍ଢେଇ

ଆଉ ଅଝଟ ହୁଅନା ଜମା

ରାତି ପାହିଲେ

ନାଲି ଟୁକୁ ଟୁକୁ

ସାଧବ ବୋହୁ

ଖୋଜି ଆଣିଦେବି

ସାଥେ ଖେଳିବୁ

ଆଉ ତୁ ଋଷନା

ସୁନା ଝିଅ ମୋ

ଆଖି ମୁଦି ଶୋଇଯା

ଆଉ ତୁ କାନ୍ଦନା

ଝୁଲି ଝୁଲି 

  ମୋ କୋଳେ

ଶୋଇଯା ସୁନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational