STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଶଙ୍ଖା ସିନ୍ଦୂର

ଶଙ୍ଖା ସିନ୍ଦୂର

1 min
164

      

ନାରୀ ଅଙ୍ଗେ ଥିଲେ ଥାଉ 

ଯେତେ ବି ଅଳଙ୍କାର 

ସୁନା ରୂପା ହୀରା ନୀଳା 

ମୋତି ମାଣିକର 

ହାତର ଦୁଇ ପଟ ଶଙ୍ଖା 

ମଥାର ଟୋପାଏ ସିନ୍ଦୂର 

ବିନା ଲାଗେନା ସୁନ୍ଦର। 

ସଧବା ନାରୀର 

ଏ ଶ୍ରେଷ୍ଠ ଆଭୂଷଣ 

ବୈବାହିକ ଜୀବନର 

ଦିଏ ପରିଚୟ 

ଏ ସବୁ ତ୍ୟାଗ ତିତିକ୍ଷାର 

ଏକ ନିଦର୍ଶନ 

ସେ ସେବା ଦାନ କରି 

ପରିବାରେ କରିଥାଏ 

ସବୁରି ହୃଦୟ ଜୟ। 

ହିନ୍ଦୁ ଶାସ୍ତ୍ର ମତେ 

ଶଙ୍ଖା ସିନ୍ଦୂର ନାରୀ ପାଇଁ 

ଏକାନ୍ତ ଅପରିହାର୍ଯ୍ୟ 

ପ୍ରତୀକ ରୂପେ ସୂଚାଇ ଦିଏ 

ଏକନିଷ୍ଠ ବ୍ରତ ସାଧନର 

ସୁଫଳ ରୂପେ ମିଳେ 

ଐଶ୍ୱର୍ଯ୍ୟ ପ୍ରାଣ ପ୍ରାଚୁର୍ଯ୍ୟ। 

ମହନୀୟ ଅର୍ଥେ 

ନାରୀ ଭଗିନୀ ଜାୟା ଜନନୀ

ଗଢି ପାରେ ସଂସାରକୁ 

ଏକ ସୁନ୍ଦର ସ୍ଵର୍ଗ ପରି 

ସଂକୀର୍ଣ୍ଣତାରେ ନିମ୍ନ ରୁଚିରେ

ହୁଏ ସେ ମାୟାବିନୀ  

ପୁରୁଷର ମନମୋହିନୀ 

ସଂସାରର ଧ୍ଵଂସକାରିଣୀ

ନାଶି ପାରେ ଅକ୍ଳେଶରେ 

ହୋଇ ସେ ଚଣ୍ଡି ରୂପିଣୀ।

ଶଙ୍ଖା ସିନ୍ଦୂର କହେ 

ନାରୀ ମାଆ ମମତାମୟୀ 

ସର୍ବଂସହା ଧରିତ୍ରୀ ପରି 

ତାର ସ୍ଵାଭିମାନ ସମ୍ମାନ 

ସୁରକ୍ଷାର ଏ କବଚ କୁଣ୍ଡଳ 

ରଖି ଥାଏ ତାକୁ ନିର୍ଭୟା କରି 

ପ୍ରତିଟି ନାରୀର ହାତରେ ଶଙ୍ଖା 

ହେଉ ବଜ୍ର ପରି ଦୃଢ 

ନାଲି ସିନ୍ଦୂର ହେଉ ତାର 

ଚିର ଅଲିଭା ସୀମନ୍ତର ଗାର। 

ଶଙ୍ଖା ସିନ୍ଦୂର ପରିହିତା ନାରୀ 

ପାଳି ଚାଲିଥିଲେ ସବୁ 

ଆଦର୍ଶ ନିୟମ ନୀତିକୁ ବ୍ରତ କରି 

ତାକୁ ସ୍ପର୍ଶ କରି ପାରେ ନାହିଁ 

ଶକ୍ତିଶାଳୀ ଅସୁର କି ବଇରୀ 

ସେ ଏକ ଜଳନ୍ତା ଅଗ୍ନିର 

ଲେଲୀହାନ ଶିଖା 

ତା' ପ୍ରତି ପାପ ଦୃଷ୍ଟି ଦିଏ ଯିଏ 

ଜଳି ପୋଡ଼ି ଧ୍ୱଂସ ହୁଏ 

ପାରେନା ତାକୁ କେହି ଉଦ୍ଧାର କରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational