STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଶକ୍ତି ସ୍ଵରୂପିଣୀ ମା ଚନ୍ଦ୍ରଘଣ୍ଟା

ଶକ୍ତି ସ୍ଵରୂପିଣୀ ମା ଚନ୍ଦ୍ରଘଣ୍ଟା

1 min
191

ସୁନ୍ଦର ସଂସାର ସୃଷ୍ଟିର ଉତ୍ଥାନ ପତନେ

ଅଧର୍ମ ଉପରେ ଧର୍ମର କରିବାକୁ ବିଜୟ

ଆଦିଶକ୍ତି ଦେବୀ ମାତା ଶୈଳପୁତ୍ରୀ ଦୁର୍ଗା

ଦିବ୍ୟ ରୂପେ ଅବତାରୀ ଆସନ୍ତି ଏ ଧରାଧାମେ

ପବିତ୍ର ମନ ପ୍ରାଣ ହୃଦୟର ଆକୁଳ ସ୍ତୁତିରେ

ହୁଏ ତାଙ୍କର ଉପାସନା ଆରାଧନା 

ଷୋଡ଼ଶ ଉପଚାରରେ ନୀତି ନିଷ୍ଠାର ସାଥେ

ଶୁଦ୍ଧଚିତ୍ତେ କରି ତାଙ୍କୁ ବନ୍ଦନା ପ୍ରାର୍ଥନା

ନବରାତ୍ରୀ ନବଦୁର୍ଗାଙ୍କର ହୁଏ ପୂଜା ଅର୍ଚ୍ଚନା

ମହାନ ସଂସ୍କୃତି ପରମ୍ପରାର ସତ୍ୟ କର୍ମେ

ଶାରଦୀୟ ପୂଜା ହୋଇଉଠେ ଚଳ ଚଞ୍ଚଳ

ପ୍ରାଣେ ପ୍ରାଣେ ଜାଗେ ଭକ୍ତିଭାବର ଚେତନା

ଆନନ୍ଦ ଉଲ୍ଲାସରେ କରୁ ସର୍ବେ ନିବେଦନ

ପୂର୍ଣ୍ଣ କରିବାକୁ ମନର ଯେତେ ମନସ୍କାମନା

ପ୍ରଥମ ଦିବସେ ମାଆ ହୁଅନ୍ତୁ ' ଶୈଳପୁତ୍ରୀ '

ଦ୍ଵିତୀୟରେ ' ବ୍ରହ୍ମଚାରିଣୀ 'ସ୍ବରୂପା ଦେବୀ

ତୃତୀୟେ ହୁଅନ୍ତି ଶକ୍ତି ସ୍ଵରୂପିଣୀ ' ଚନ୍ଦ୍ରଘଣ୍ଟା '

ଉଗ୍ର ରୂପେ ଦେବୀମାତା ହୋଇଥାନ୍ତି ଉଭା

ବସି ପଶୁରାଜ ସିଂହ ବାହନେ ସିଂହବାହିନୀ

ଅସ୍ତ୍ରଶସ୍ତ୍ରରେ ହୋଇଥାନ୍ତି ଯୁଦ୍ଧାଭିମୁଖୀ

ସ୍ମରଣ କରାଇ ଦିଅନ୍ତି ଅଧର୍ମୀ ପାପୀମାନଙ୍କୁ

ମହିଷାସୁରକୁ ବଧକରି ରଖିଛନ୍ତି ଉଦ୍ଧାରି

ପୁନଶ୍ଚ ସୂଚାଇ ଦିଅନ୍ତି ହେବାକୁ ସଚେତନ

ଯୁଗେ ଯୁଗେ ମାଆ ଏ ଅନନ୍ତ ସୃଷ୍ଟିକୁ

ଅନ୍ୟାୟ ଅନୀତି ଅତ୍ୟାଚାରରୁ କରିନ୍ତି ରକ୍ଷା

ଶାନ୍ତି ମୈତ୍ରୀ ପ୍ରୀତି ପ୍ରତିଷ୍ଠା କରିବାକୁ

ହ୍ରାସ କରିବାକୁ ବସୁମାତୀଙ୍କର ପାପ ତାପ

ଦେବୀ ଜଗତ୍ଜନନୀ ଶକ୍ତି ସ୍ଵରୂପିଣୀ ଜଗଦମ୍ଵା

ଆଶିଷେ ତାଙ୍କର ପରିପୂର୍ଣ୍ଣ ହୁଏ ଆଶା

ସେ ଦୂର କରନ୍ତି ଭକ୍ତଜନଙ୍କ ମନରୁ ଭୟଭ୍ରାନ୍ତି

ତାଙ୍କୁ କରେ ଯିଏ ଅଗାଧ ବିଶ୍ଵାସ ଭରସା

ଜୀବନରୁ ଅପସରି ଯାଏ ଦୁଃଖ କ୍ଳେଶ ଦୁର୍ଦ୍ଦଶା

ସେ ଦେବୀ ମାତା ପାଦେ କୋଟି ପ୍ରଣାମ

ତାଙ୍କ ଶରଣେ ସାର୍ଥକ ହେଉ ମାନବ ଜନମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract