STORYMIRROR

Pankajini Upadhaya

Inspirational

3  

Pankajini Upadhaya

Inspirational

ସହିଷ୍ଣୁତା

ସହିଷ୍ଣୁତା

1 min
13.6K



//////////////////////

ମାନିବା ବାବୁରେ ବିବେକର ବୋଲ

କର୍ମରେ କରିବା ଯତ୍ନ

ଜୀବନ ପଥରେ ଆଗେଇ ଯିବାରେ

କର୍ମଟି ଜୀବନ ରତ୍ନ।

ସାହସୀ ହୋଇବା ହାରିବାନି ଧୈର୍ଯ୍ୟ

ସହିଷ୍ତୁତା ଗୁଣ ଭରି

ଆସିଲେ ପ୍ରଳୟ ହୃଦୟ ଆଳୟେ

ମନକୁ ନ କର ଭାରି।

ବିବେକ ନିର୍ଦ୍ଦେଶେ କର୍ତ୍ତବ୍ଯର ଆଶେ

ମନ ରଖି ନିୟନ୍ତ୍ରଣ

ଇନ୍ଦ୍ରିୟ ଗୁଡିକ ନିୟନ୍ତ୍ରିତ ହେବେ

ଜୀବନେ ରହୁ ଏ ପଣ।

ଷଢରିପୁ ପରେ ବିଜୟୀ ହୋଇବା

ଅଧୀନତାର ସ୍ବୀକାର

ଜୀବନେ ଲଭିବା ବିଫଳତା ପଣ

ହୋଇବା ରିପୁ ଚାକର।

ଦୁର୍ବଳତା ଭାବ ସହିଷ୍ଣୁ ସ୍ବଭାବ

ମନରୁ ଦିଅ ପାଶୋରି

ପରଶ୍ରୀକାତର ଜୀବର କଟାକ୍ଷେ

ହେବାନି ଦୁର୍ବଳ ଭାରି।

ସହିଷ୍ଣୁତା ସାଥେ କ୍ଷମା ଗୁଣ ମିଶି

କରିଥାଏ ମହୀୟାନ

ଅନ୍ୟର ତୃଟିକୁ କ୍ଷମା କରୁଥିବା

ସହିଷ୍ଣୁତା ଗରୀୟାନ।

କର୍ତ୍ତବ୍ୟ ଜ୍ଞାନକୁ ଭକ୍ତିରେ ଯୋଡିବା

କରିବା ମହତ କାମ

ଭୁଲ ପାଇଁ ବାବୁ ଅନୁତାପ ଲୋଡା

ପ୍ରାୟଶ୍ଚିତଟି ସୁକାମ।

ଗଣେଶଙ୍କ ପୂଜା ସରି ନାହିଁ ଧନ

ଶୁଭୁଛି ମନ୍ତ୍ରର ଧ୍ବନି

ଆମ ମନ୍ଦିରରେ ଘଣ୍ଟର ଶବଦ

ଆଳତିର ଆବାହନୀ।

ସହିଷ୍ଣୁତା ଗୁଣ ଜୀବନର ପଣ

ପ୍ରତି ମୁହୂର୍ତ୍ତର ସାଥି

ଶୁଭ ଶଙ୍ଖ ଧ୍ବନି ହୁଳହୁଳି ପୁଣି

ଦେଉ ସହିଷ୍ଣୁତା ପଥି।

ପଙ୍କଜିନୀ ଉପାଧ୍ଯାୟ।

ଅରଙ୍ଗିବାଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational