STORYMIRROR

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ଶିଶୁଙ୍କୁ ଗଢିବା ଆସ

ଶିଶୁଙ୍କୁ ଗଢିବା ଆସ

1 min
28.2K


ମୋ ଦେଶର ଯେତେ. ଗୁରୁ ଗୁରୁଜନ

ଥକି ପଡ ନାହିଁ ଏବେ

ଥକିବ ସେ ଦିନ. ଯୋ ଦିନ ଶିଶୁଏ

ଜ୍ଞାନୀ ରୁପେ ଗଣା ହେବେ

ଏ ଦେଶ ମାଟିର. ମହକ କହୁଚି

ସଂସ୍କାର ରହିଚି ପୁରି

ସଂସ୍କାର ବାଣ୍ଟିବା ଦାୟିତ୍ଵ ଆମର

କରିବନି ଅଉ ଡେରି

ସତ୍ୟ, ଦୟା, କ୍ଷମା. ସେନେହ ଆଦର

ମହକୁଚି ଭଣ ଭଣ

ସେ ମହକ ବାସ ଶିଶ କଳି କାନେ

କହିଯିବା ଜଣ ଜଣ

ରକ୍ତ ମାଂସ ଧାରୀ. ମଣିଷ ଦେହଟା

କିବା ଅଛି ପ୍ରୟୋଜନ

ଯଦି ସେ ମଣିଷ. ପାଖରେ ନଥିବ

ମଣିଷ ପଣିଆ ଜ୍ଞାନ

ସମୟ ଜ୍ଞାନର ଦାୟିତ୍ଵବୋଧତା

ସହଯୋଗ ଭାତୃ ଭାବ

ସଫଳତା ଦିଏ ଦୃଢ଼ ମନୋବଳ

ଏ କଥା ଶିଖେଇ ଦେବ

ଆଳସ୍ୟ ପଣରେ. ଥକିପଡେ ଯିଏ

ସିଏ ନୂହେଁ ଗୁରୁଜନ

ଶିଶୁ ଙ୍କୁ ଗଢ଼ିବା . ସଭିଙ୍କ ଦାୟିତ୍ଵ

ଏ କଥା କୁ କର ଜ୍ଞାନ

ଗଢିଛ, ଗଢ଼ୁଛ, ଗଢ଼ିବ ଶିଶୁଙ୍କୁ

ମଣିଷ ପଣିଆ ଦେଇ

ଶିଶୁ ଗଢି ହେଲେ ଦେଶକୁ ଗଢ଼ିବେ

ସୁସ୍ଥ ନାଗରୀକ ହୋଇ

ଏ ଦେଶର ଶିଶୁ ଦେଶ ଭବିଷ୍ୟତ

ଶିଶୁଙ୍କୁ ଗଢ଼ିବା ଆସ

ଶିଶୁ ଏ ହସିଲେ. ସଭିଏଁ ହସିବା

ହସି ଉଠିବ ଏ ଦେଶ


କୁମୁଦ ଚନ୍ଦ୍ର ଦଳେଇ

9861889305

ପୋଲସରା ଗଞ୍ଜାମ୍



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational