STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଶିକ୍ଷାନୀତି ଓ ମାତୃଭାଷା

ଶିକ୍ଷାନୀତି ଓ ମାତୃଭାଷା

1 min
157


ସରଳ ସହଜ ରାଷ୍ଟ୍ରୀୟ ଭାଷା ଟି

ହିନ୍ଦୀ ହୋଇ ଅଛି ଜାଣ

ମାନ୍ୟତା ମିଳିଛି ବାଇଶି ଭାଷାର

ଯାହାଙ୍କ ସାହିତ୍ୟ ଜାଣ।୧।

ବଲିଭାଷା ଅଟେ ବିଭିନ୍ନ ପ୍ରକାର

ଭାରତବର୍ଷ ରେ ଜାଣ

ବିଭିନ୍ନ ସଂସ୍କୃତି ବିଭିନ୍ନ ଭାଷାର

ଅପୂର୍ବ ସଙ୍ଗମ ଜାଣ।୨।

ବାଇଶି ଭାଷାରେ ଲେଖିବେ ପଢିବେ

ହେଲା ଶିକ୍ଷାନୀତି ଜାଣ

ନିଜର ସଂସ୍କୃତି ନିଜର ଅତିତ୍ୟ

ବର୍ଣ୍ଣିତ କରିବେ ଜାଣ।୩।

ଅପୁର୍ବ ସଂଯୋଗେ ଦେଶ ଦେଉ ଅଛି

ଏହା ହିଁ ଆମ ଗୌରବ

ମାତ୍ରୁଭାଷା ଦେବ ଉଜ୍ଜ୍ୱଳ ଭବିଷ୍ୟ

ଏହା ହିଁ ଆମ ବୈଭବ।୪।

ମାତୃଭାଷା ପଢି ମାତୃଭାଷା ଲେଖି

କରିବେ ଦେଶ ଉଜ୍ଜ୍ୱଳ

ସବୁ ସୁବିଧାର ଅମ୍ବାର ଗଢିବା

ଭୂମିର ହେବ ମଙ୍ଗଳ।୫।

ମାତୃଭାଷା ଅଟେ ଜୀବନ ଆଧାର

ମାଆ ଠାରୁ ମିଳି ଥାଏ

ଉନ୍ନତିର ମାର୍ଗ ଦର୍ଶନ ହୁଅଇ

ମାତା ହିଁ ଶିକ୍ଷାଟି ଦିଏ।୬।

ଯାହା ଭି ଲେଖିବା ଯାହା ପଢିବା

ମାତୃଭାଷାର କରିବା

ରାଷ୍ଟ୍ରୀୟ ଭାଷର ହିନ୍ଦୀ ଗୌରବକୁ

ଏ ପ୍ରାଣେ ମନ୍ତ୍ର କରିବା।୭। 

ସହଜ ସରଳ ରାଷ୍ଟ୍ରୀୟ ଭାଷାଟି

ହିନ୍ଦୀ ହୋଇ ଅଛି ଜାଣ

ମାନ୍ୟତା ମିଳିଛି ବାଇଶି ଭାଷାର

ଯାହାଙ୍କ ସାହିତ୍ୟ ଜାଣ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract