ଶିକ୍ଷାଦାତା
ଶିକ୍ଷାଦାତା
ଶିକ୍ଷକ ଶୀତଳ ଜଳ ସଦୃଶ
ଜ୍ଞାନ ଜଳ ଦାନ ,ବଞ୍ଚିବାର ଉପାଦାନ
ଶିକ୍ଷକ ହିଁ ଜ୍ଞାନ ପ୍ରଦାୟକ
ମହିମା ବର୍ଣ୍ଣନ ପାଇଁ ଶବ୍ଦର ଅଭାବ।
ମା ପରି ଶିକ୍ଷକ ବି ମହାନ
ଶିଷ୍ୟ ଲୁହା ପରି ହେଲେ ହେଁ
ଶିକ୍ଷକ ସଂସ୍ପର୍ଶରେ ଆସି ହୁଅଇ ସୁବର୍ଣ୍ଣ।
ଶିକ୍ଷକଙ୍କ ସକାରାତ୍ମକ ଦୃଷ୍ଟିକୋଣ ରେ
ଚମକି ଉଠେ ଅସ୍ତିତ୍ବ ଜ୍ଞାନର ଶିଖା ରେ
ସବୁବେଳେ ଶିକ୍ଷକ ଙ୍କ ହସ ଓ ସରସ
ତୃଷାର୍ତ୍ତ ଶିଷ୍ୟଙ୍କ ପାଇଁ ଶୀତଳ ଜଳ ସଦୃଶ।
ଶିକ୍ଷକଙ୍କ ଭାବନାରେ ସେବା ମନୋନୃତ୍ତୀ
ନିଃସ୍ବାର୍ଥ ଭାବରେ ସେବା
କର୍ତ୍ତବ୍ୟ-ପରାୟଣତା ର ଦାୟିତ୍ବ
ସମୟର ମୂଲ୍ୟବୋଧ ସହ କାର୍ଯ୍ୟ ନିଷ୍ପାଦନ
ଶିକ୍ଷକଙ୍କ ଜୀବନ ଆଦର୍ଶ।
ପାଠ୍ୟକ୍ରମ ଅବା ଶିକ୍ଷା
ସରଳ ହେଉ କି ଜଟିଳ
ବିନା ଅବଶୋଷ ରେ ଆଦର୍ଶ ଶିକ୍ଷା ର ଚିତ୍ର
ଶିକ୍ଷା ହିଁ ଶିକ୍ଷକଙ୍କ ଗୌରବ ଓ ଯଶ।
ଶିକ୍ଷକଙ୍କ ଅବଦାନ ବି ଅତୁଳନୀୟ
ରାଷ୍ଟ୍ର ନିର୍ମାଣ ପାଇଁ ଜ୍ଞାନର ଆଲୋକ
ଅନୁଶାସନ ର ଶିକ୍ଷା ବି ନିହିତ
ଶିକ୍ଷକ ହିଁ ଶିଷ୍ୟ ର ଭାଗ୍ୟ ବିଧାତା।
ଗୁରୁ ଶିଷ୍ୟ ର ପରମ୍ପରା ବହୁତ ପୁରୁଣା
ସେ ଯୁଗର ଗୁରୁ ଏବେ ଶିକ୍ଷକ ରୂପରେ
ଯୁଗ ଯେତେ ବଦଳିଲେ ବି ଶିକ୍ଷକ ନମସ୍ୟ
ଶିକ୍ଷକଙ୍କ ପଦ ଓ ମର୍ଯ୍ୟାଦା ପ୍ରତି ଅତୁଟ ବିଶ୍ୱାସ
ସେଇ ଶିକ୍ଷାଦାତା ଙ୍କ ପୟରେ,ଭକ୍ତି ରହୁ ନିରନ୍ତରେ ।