Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Romance Fantasy Others

3  

ପ୍ରଶାନ୍ତ କୁମାର ବେହେରା

Romance Fantasy Others

ଶିଖା ତମେ ଆଗୋ ସଖୀ

ଶିଖା ତମେ ଆଗୋ ସଖୀ

1 min
225



ଶିଖା ତମେ ଆଗୋ ସଖୀ

ମୋ ଅନ୍ଧାର ବେଳlର ଆଲୋକ

ତମେ ମୋ ଅନ୍ଧାର ସରଣୀ 

ବର୍ତ୍ତିକା,


ତମେ ମୋ ହିମ ସମୟର

ଉଷ୍ମ ପ୍ରସ୍ରବଣ

ଆଶାର ବାସନ୍ତୀ ଲତିକା l


ଶିଖା ତମେ ଆଗୋ ସଖୀ

ମୋ ଶୁଷ୍କ ମରୁସ୍ଥଳେ

ଚାରୁ ମରୁଦ୍ୟାନ

ଠୋପା ଠୋପା ସବୁଜିମା,


ତମେ ମୋ ପତ୍ରଝଡା ପ୍ରାଣେ

ଭରି ଦେଇପାର ଶରଦ ଉଲ୍ଲାସ

ବାସନ୍ତୀ ସୁଷମା l


ଶିଖା ତମେ ଆଗୋ ସଖୀ

ଭାବମୟୀ ପ୍ରେମମୟୀ

ମୋ ହୃଦ ସରୋବର ସରୋଜ,


ତମ ପାଇଁ ତୋଳି ପ୍ରେମ ମଲ୍ଲିଫୁଲ

ସଜାଇବି ତମ ତନୁ ଦେଶ

ବୋଳିଦେଇ ପ୍ରେମ ରଜ l


Rate this content
Log in

Similar oriya poem from Romance