STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Fantasy Others

1.7  

ଓଡ଼ିଆ ଗଳ୍ପ ଓ କବିତା - ୩

Fantasy Others

ଶୀତଳ ବାଆ

ଶୀତଳ ବାଆ

1 min
14.5K


ବରଷାର ଧାରା ତୁହାକୁ ତୁହା

ତା ସାଥେ ବହୁଛି ଶୀତଳ ବାଆ।

ଥରିଯାଏ ଦେହ ଲାଗେ ଛାନିଆ

ନାଉରୀ ଖୋଲେନା ଘାଟରୁ ନାଆ।

ଜାକିଜୁକି ହୋଇ ବସିଛି ଟୁଆଁ

ଦାଣ୍ତରେ ଆଜିତ ମାରୁନି ଡିଆଁ।

ଉହୁ ଉହୁ ଘରେ ହୁଏ ବୁଢୀମା

କମ୍ବଳ ଚଦର ଏକା ତା ସାହା।

ଥଣ୍ଡା ପାଦ ଲାଗେ ଭାରି କାଲୁଆ

ଚୂଲି ମୁଣ୍ଡେ ଥୋକେ ପୁଅଁନ୍ତି ନିଆଁ।

ପିଆଜି ପକୁଡି ଛାଣନ୍ତି ମାଆ

ବାଦାମ ମଟର କଡମଡିଆ।

ମୁଢି ସହ ଥିଲେ ଗରମ ଚା’

ଥଣ୍ଡା ପାଗ କୁତ ନାହିଁ ପରୁଆ।

ଶିତକଣ୍ଠ ବରାଳ

ସାକ୍ଷୀଗୋପାଳ,ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy