ଶହୀଦ ତୁମକୁ ଶଲାମ୍
ଶହୀଦ ତୁମକୁ ଶଲାମ୍
ସ୍ବାଧିନତା ପାଇଁ ସ୍ଵାଧୀନ ଦେଶରେ
ସ୍ଵାଧୀନ ରହିଲୁୁୁୁ ଆମେ
ସ୍ବଧିନତାର ସେ ମୁକ୍ତ ପବନ
ଭରିଗଲା ଏଇ ପ୍ରାଣେ ।।
ରକ୍ଷକର ବଜ୍ର କବଚଟେ ସାଜି
ସୀମା ରେ ହୋଇଲ ଛିଡ
କେବେ ମେଘନାଦ ପାଚେରୀ ସଦୃଶ
କେବେ ହିମାଳୟ ଚୂଡା
କେବେ କାରିଗିିିଲ କେବେ ସିଆଚିନ
କେବେ ପୁଲୱମା ରୂପ ।।
ଶତ୍ରୁ ପ୍ରହାରେ ଝରିଛି ରୁଧିର
ଲିଭିଛି ଜୀବନ ଦୀପ
ବନ୍ଧୁୁପରିଜନ ଆତ୍ମୀୟ ସ୍ଵଜନ
ସବୁୁକରି ସାତ ପର
ଦେଶ ପାଇଁ ପ୍ରାଣ ଉତ୍ସର୍ଗ କଲ
ସାଜିଲ ତୁମେ ବୀର ।।
ଧନ୍ୟ ସେ ଜନନୀ ଧନ୍ୟ
ବଳିଦାନ ତୁମ ଅମର ରହିବ
ତୁମ ପାାଇଁ ସଦା ଗର୍ବିତ ଆମେ
ଶହୀଦ ତୁମକୁ ଶଲାମ୍ ।।