ଶହୀଦ ବୀର
ଶହୀଦ ବୀର


ଭାରତ ମାତାର ସୁଯୋଗ୍ୟ ସନ୍ତାନ
ଦେସକୁ ରକ୍ଷା କରି
ଦେସ ପାଇଁ ତୁମେ ଦେଇଗଲ ବଳି
ଜିବନକୁ ବାଜି ମାରି
ଅକାଳରେ ଅବେଳରେ କାହିଁକି ଛାଡି
ଆମକୁ ପର କରି
ଜୀବନ ହଜାଇ ପୁତ୍ର ଦୁଇ ଓଡିଶା
ବୀର ମାନ ରଖି କରି
ତୁମ ବୀର ଜବାନ ମାନଙ୍କ ବଳି
ମନରଖିବ ଇତିହାସ
ଗର୍ବ ଗୌରବ ରଖିଗଲ ଆଜି
ଲେଖା ହେବ ଇତିହାସ
ଓଡିଶାର ଏହି ଦୁଇ ସୁପୁତ୍ରଙ୍କୁ
କରୁଛି ତାଙ୍କୁ ପ୍ରଣିପାତ
ଦେଶର ଗୌରବ ଜାତିର ସୌରଭ
ଆମ ଉତ୍କଳର ବରପୁତ୍ର
ଓଡ଼ିଆ ବୀର ହୋଇ ଛାତି ଦେଖାଇଛି
ରଖିଲ ଦେଶର ନାଆଁ
ମାଆ ପାଶୁ ତାର ପୁଅ ଚାଲିଗଲା
ଅଝଟ ସେ ଅମାନିଆଁ
ଆଜି ତୋର ପୁଅ ପ୍ରସନ୍ନ ମନୋଜ
ପୁଲିଓ୍ବାମା ରଖିଲି ନାଆଁ
ନିଆଁ ସହ ଖେଳି ଦେଇଛନ୍ତି ପ୍ରାଣ
ରଖିଲି ଭାରତ ନାଆଁ
ଦିନ ରାତି ସେହି ଦେଶକୁ ରକ୍ଷାରେ
ସୁରକ୍ଷାରେ ଥିଲେ ବ୍ରତୀ
ଦେଶଦ୍ରୋହୀ ପହଞ୍ଚି ଜାଇ ନେଲକି
ମାଆର ପଣତ କତି
ଛାଡି ଯାଇଥିଲେ ଘରେ ପରିବାର
ପୁତ୍ର ସହ ମାଆ ପତ୍ନୀ
p>
ଦୁଭାଗ ତାଙ୍କର ଫେରି ପାରିଲେନି
ଆଜି ସହିଦି ହୁଅନ୍ତି
କରିଥିଲେ ପଣ କରିଲେ ଶପଥ ସେ
ଶେଷ ରକ୍ତ ବିନ୍ଦୁ ଯାଏ
ନଛାଡିବେ ଭାରତ ମାଟି କୁ ରଖିବେ
ନ୍ୟାରୁ କାଶ୍ମୀର ଯାଏ
ଶତୃର ଭୀଷଣ ବିଷ୍ଫୋଟକ ଯାନ
ହେଲା ବିସ୍ଫୋରଣ ମାନ
ଅଗ୍ନି ରେ ଗାଡି ପ୍ରକମ୍ପିତ ହେଲା
ହେଲା ଖଣ୍ଡ ଖଣ୍ଡ ମାନ
ଜଳିଗଲେ ତାଙ୍କର ଦେହ ମାନ ସବୁ
ହଟି ନଥିଲେ ମାଟିରୁ
କହ ମାଆ କୋଳ ଗଲା ଏ ବିଧବା
ଦୁଇ ବୀର ଗଲେ ଦେଶର
କୋଟି ହୃଦୟରେ ଜାଗିଛି ସଙ୍କଳ୍ପ
ପ୍ରତିଶୋଧର ନିଆଁ
ଧ୍ବଂସ ହେବ ସେ ଆତଙ୍କବାଦ ଆଡା
ହସିବ ପୁଣି ଦୁନିଆ
ତୁମ ବଳିଦାନ ଯିବ ନାହିଁ ବ୍ୟର୍ଥ
ଦେଶପ୍ରେମର ମାର୍ଗେ
କରୁଛୁ ତୁମର ଏ ଆତ୍ମା କାମନା
ଶାନ୍ତିରେ ରହୁ ସ୍ୱର୍ଗେ
ଆଜି ତମକୁ ହଜାଇ କାନ୍ଦୁଛି ଧରଣୀ
ତମ ବଳିଦାନ ମନେପଡେ
ସତରେ ଧନ୍ୟ ତୁମେ ଧନ୍ୟ ତୁମ ଜନ୍ମ
ଦେଶ ପାଇଁ ବଳି ପଡେ଼
ତମ ପରିବାର ଦୁଖଃ ଦୂର କରିବାକୁ
ନାହିଁ ଆମ ସାମଥ
ତମ ଭଳି ବିର ପାଇଁ ଦେସ ବଞ୍ଚେ
କିଛି ନାହିଁ ତମ ବୈଥ