STORYMIRROR

ଵଳରାମ ତରାଈ

Inspirational Others

4  

ଵଳରାମ ତରାଈ

Inspirational Others

ଶହୀଦ ବୀର

ଶହୀଦ ବୀର

1 min
292


ଭାରତ ମାତାର ସୁଯୋଗ୍ୟ ସନ୍ତାନ

ଦେସକୁ ରକ୍ଷା କରି  

ଦେସ ପାଇଁ ତୁମେ ଦେଇଗଲ ବଳି

ଜିବନକୁ ବାଜି ମାରି


ଅକାଳରେ ଅବେଳରେ କାହିଁକି ଛାଡି

ଆମକୁ ପର କରି

ଜୀବନ ହଜାଇ ପୁତ୍ର ଦୁଇ ଓଡିଶା 

ବୀର ମାନ ରଖି କରି


ତୁମ ବୀର ଜବାନ ମାନଙ୍କ ବଳି 

ମନରଖିବ ଇତିହାସ

ଗର୍ବ ଗୌରବ ରଖିଗଲ ଆଜି

ଲେଖା ହେବ ଇତିହାସ 


ଓଡିଶାର ଏହି ଦୁଇ ସୁପୁତ୍ରଙ୍କୁ   

 କରୁଛି ତାଙ୍କୁ ପ୍ରଣିପାତ

ଦେଶର ଗୌରବ ଜାତିର ସୌରଭ

 ଆମ ଉତ୍କଳର ବରପୁତ୍ର


ଓଡ଼ିଆ ବୀର ହୋଇ ଛାତି ଦେଖାଇଛି  

ରଖିଲ ଦେଶର ନାଆଁ

ମାଆ ପାଶୁ ତାର ପୁଅ ଚାଲିଗଲା 

 ଅଝଟ ସେ ଅମାନିଆଁ



ଆଜି ତୋର ପୁଅ ପ୍ରସନ୍ନ ମନୋଜ 

 ପୁଲିଓ୍ବାମା ରଖିଲି ନାଆଁ

ନିଆଁ ସହ ଖେଳି ଦେଇଛନ୍ତି ପ୍ରାଣ 

ରଖିଲି ଭାରତ ନାଆଁ


ଦିନ ରାତି ସେହି ଦେଶକୁ ରକ୍ଷାରେ

 ସୁରକ୍ଷାରେ ଥିଲେ ବ୍ରତୀ

ଦେଶଦ୍ରୋହୀ ପହଞ୍ଚି ଜାଇ ନେଲକି

 ମାଆର ପଣତ କତି 


ଛାଡି ଯାଇଥିଲେ ଘରେ ପରିବାର

 ପୁତ୍ର ସହ ମାଆ ପତ୍ନୀ

ଦୁଭାଗ ତାଙ୍କର ଫେରି ପାରିଲେନି

ଆଜି ସହିଦି ହୁଅନ୍ତି


କରିଥିଲେ ପଣ କରିଲେ ଶପଥ ସେ

 ଶେଷ ରକ୍ତ ବିନ୍ଦୁ ଯାଏ

ନଛାଡିବେ ଭାରତ ମାଟି କୁ ରଖିବେ

 ନ୍ୟାରୁ କାଶ୍ମୀର ଯାଏ


ଶତୃର ଭୀଷଣ ବିଷ୍ଫୋଟକ ଯାନ 

ହେଲା ବିସ୍ଫୋରଣ ମାନ

ଅଗ୍ନି ରେ ଗାଡି ପ୍ରକମ୍ପିତ ହେଲା

 ହେଲା ଖଣ୍ଡ ଖଣ୍ଡ ମାନ


ଜଳିଗଲେ ତାଙ୍କର ଦେହ ମାନ ସବୁ

 ହଟି ନଥିଲେ ମାଟିରୁ

କହ ମାଆ କୋଳ ଗଲା ଏ ବିଧବା  

ଦୁଇ ବୀର ଗଲେ ଦେଶର


କୋଟି ହୃଦୟରେ ଜାଗିଛି ସଙ୍କଳ୍ପ 

 ପ୍ରତିଶୋଧର ନିଆଁ

ଧ୍ବଂସ ହେବ ସେ ଆତଙ୍କବାଦ ଆଡା

 ହସିବ ପୁଣି ଦୁନିଆ



ତୁମ ବଳିଦାନ ଯିବ ନାହିଁ ବ୍ୟର୍ଥ 

 ଦେଶପ୍ରେମର ମାର୍ଗେ

କରୁଛୁ ତୁମର ଏ ଆତ୍ମା କାମନା

 ଶାନ୍ତିରେ ରହୁ ସ୍ୱର୍ଗେ 


ଆଜି ତମକୁ ହଜାଇ କାନ୍ଦୁଛି ଧରଣୀ

ତମ ବଳିଦାନ ମନେପଡେ

ସତରେ ଧନ୍ୟ ତୁମେ ଧନ୍ୟ ତୁମ ଜନ୍ମ

ଦେଶ ପାଇଁ ବଳି ପଡେ଼


ତମ ପରିବାର ଦୁଖଃ ଦୂର କରିବାକୁ

ନାହିଁ ଆମ ସାମଥ

ତମ ଭଳି ବିର ପାଇଁ ଦେସ ବଞ୍ଚେ

କିଛି ନାହିଁ ତମ ବୈଥ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational