STORYMIRROR

Saroj Kumar Jena

Tragedy

3  

Saroj Kumar Jena

Tragedy

ଶହେ ଶହେରେ ଖେଳ

ଶହେ ଶହେରେ ଖେଳ

1 min
1.1K



ସରୋଜ କୁମାର ଜେନା


କାହାକୁ କହିବି ମନର ବେଦନା

ପାଶେ ଥିଲେ କିଏ ସିନା,

ଯାହାକୁ କହୁଚି ସିଏତ କହୁଚି

ଆଉ ନାହିଁ ସେ ଜମାନା ..।୧।

ଚଳୁ ନାହିଁ ଆଉ ରକ୍ତ ଭିଜା ଚିଠି

ଯହିଁ ରହୁଥିଲା ବାସ୍ନା ,

ଏ ଯୁଗର ନାରୀ କହୁଥାଏ ସଦା

ଭିଡିଓ କଲରେ ଅନା ..।୨।

ଯାହାକୁ ଦେଖିବ ମୋବାଇଲ ଧରି

କରୁଥାନ୍ତି ଭଲ ଖେଳ,

ଚୋରା ପ୍ରେମ ଆଉ ଧରି ନପାରନ୍ତି

ନାହିଁ ଆଉ ସେହି ବେଳ ..।୩।

କରୁଛନ୍ତି ସେ ଶହେ ଶହେରେ ଖେଳ

ଟୋକାଙ୍କୁ କଲେଣି ଖୋଳ ,

ଯିଓ ଏଠି ସବୁ ସାରିଣ ଦେଲାଣି

ନାହିଁ ଭୋଡାଫୋନ ବେଳ ..।୪

ଟିକ୍ ଟକ ଏଠି କରିଛି କିମିଆ

କାହାକୁ ଅଛପା କୁହ ,

ବାପା ଏଠି ବସି ଲାଇକି କରୁଛି

ପ୍ରେମିକ ଛାତିରେ କୋହ ..।୫।

ବେଳ ଥାଉ ମଣି ସଜାଗ ହୋଇ ଯା

ଶୁଣେ ଭଲରେ ନାରଣ ,

ଆଜିକା ଦିନରେ କାହାକୁ କେବେବି

ଦବୁ ନାହିଁ ତୋର ମନ ..।୬।

.....................................

ବାଲିଝରୀ, ନରସିଂହପୁର, କଟକ

ମୋ/୯୩୪୮୭୮୩୭୯୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy