STORYMIRROR

Gangotri Priyadarshini

Tragedy

3  

Gangotri Priyadarshini

Tragedy

ଶେଷ କଥା ମୋର

ଶେଷ କଥା ମୋର

1 min
228


ତୁମକୁ ବଳେଇ ଦେବାକୁ ଯାଇ

ମୁଁ ମୋ ମନଟା ବି

ଆମ ଗାଁ ସରହଦରେ

ଛାଡ଼ି ଦେଇ ଆସିଥିଲି !!!


ଆଖିରୁ ଖସି ପଡିଥିବା ଲୁହ ସବୁ

ଆପେ ଆପେ ଗାଲରେ ଶୁଖି ଯାଇଥିଲେ

ପୋଛିବାକୁ ଇଚ୍ଛା ହେଲାନି

ତୁମେ ତ ବାଧ୍ୟ କରିଥିଲ କାନ୍ଦିବାକୁ !!!


ମାେ ଚାରିପଟେ 

ସବୁ କୋଳାହଳ ଥମି ଯାଇଥିଲା

କେମିତି ଗୋଟେ ଶୂନ୍ୟତା ପହଁରୁ ଥିଲା

ବହଳ ଅନ୍ଧାରରେ ତୁମ ମାେ ଭିତରେ !!!


ତୁମ ପାରିବା ପଣିଆ 

ଜାଣି ନିରବୀ ଗଲା 

ମୋତେ ପକ୍ଷଭୁକ୍ତ କଲା ବେଳକୁ

ଆମ ଆଡ଼କୁ ଉଠିଥିବା ଅଙ୍ଗୁଳି ସବୁ

ତୁମେ ଆଡେ ନଥିଲା ବରଂ ମାେ ଆଡେ ଥିଲା !!!


ମାେ ବୁଢ଼ୀ ମାଆ କହିଥିଲା

ପୁରୁଷ ଜାତିଟା ପିତଳ ଗରା

ମାଜି ମୁଜି ଦେଲେ ସୁନା ପରି ଝଟକିବ

ଆଉ ମୁଁ କୁଆଡେ ମାଟି ହାଣ୍ଡି

ଚଅଁରୀ ଗଲେ ମଶାଣି କଡକିଆ ବୁଦା ମୂଳେ ଜାଗା !!!


ଏଥର ଆଉ ଏମିତି କିଛି ହେବନି

ମାେ ଚତୁଃର୍ପାଶ୍ଵ ରେ ଅଦୃଶ୍ୟ 

ପାରିବାର ଶକ୍ତି 

ଭିକ୍ଷୁକ ସାଜି ଧସେଇ ପଶିବା ଉଦ୍ୟମକୁ

ଚରିତାର୍ଥ କରେଇ ଦେବିନି

ଏଇ କିଛି ଦିନ ହେଲା ଟାଣି ସାରିଛି

ଅସଂଖ୍ୟ ପୂର୍ଣ୍ଣ ଛେଦର ପ୍ରାଚୀର !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy