STORYMIRROR

Pratap Kishore Rout

Tragedy

3  

Pratap Kishore Rout

Tragedy

ଶେଷ ଅଭିନୟ

ଶେଷ ଅଭିନୟ

1 min
168

ଦୁନିଆର ଏଇ ରଙ୍ଗ ମଞ୍ଚ ପରେ

    ଚାଲେ କେତେ ଅଭିନୟ

ସୁଖ ଆଉ ଦୁଖଃ ଏକପରେ ଆନ

    ନିଅନ୍ତି ସବୁ ବିଦାୟ

  ଶେଷ ଅଭିନୟ ତୋର

ସରିଗଲେ ବାବୁ ବାହୁଡ଼ି ଯିବୁରେ

   ସବୁ ହେବେ ସାତ ପର ।


ଆଖି ପତା ତୋର ପଡି ଯାଇଥିବ

   ନିରବେ ଥିବୁରେ ଶୋଇ

ଆପଣାର ଲୋକେ କାନ୍ଦୁଥିବେ କେତେ

   କିଏ ବନ୍ଧୁ କିଏ ଭାଇ

   ଛଖଣ୍ଡ କାଠରେ ତୋତେ

ମଶାଣୀ ପଦାକୁ ବୋହିନେବେ ତୋତେ

  ଦୟା ନବହିବେ ଚିତ୍ତେ ।


ଜୁଇରେ ଥୋଇଣ ନିଆଁ ଲଗାଇବେ

   ପୋଡିତୁ ପାଉଁଶ ହେବୁ

କ୍ରିୟା କର୍ମ ତୋର ସରି ଯିବା ପରେ

   ତୋତେ ଭୁଲିଯିବେ ସବୁ

   ଶେଷ ଅଭିନୟ ତୋର

ସରିଗଲା ପରେ ତୋର କେହି ନାହିଁ

   ଏହି ରୀତି ଦୁନିଆର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy