STORYMIRROR

DILIP KUMAR SAHOO

Abstract

3  

DILIP KUMAR SAHOO

Abstract

ଶୈଳପୁତ୍ରୀ ଗିରି ନନ୍ଦିନୀ

ଶୈଳପୁତ୍ରୀ ଗିରି ନନ୍ଦିନୀ

1 min
8


ଜୟ ଜୟ ଶୈଳପୁତ୍ରୀ ଗୋ ମାତା ଗିରି ନନ୍ଦିନୀ 

ବୃଷଭରୁଢା ଗୋ କପାଳେ ଅର୍ଦ୍ଧ ଚନ୍ଦ୍ର ଶୋଭିନୀ।

ବ୍ରହ୍ମା ବିଷ୍ଣୁ ମହେଶ୍ବର ଙ୍କ ବଳେ ବଳଶାଳିନୀ

ଦୁଇଭୂଜା ଦେବୀ ତ୍ରିଶୂଳ ପଦ୍ମ ଫୁଲ ଧାରିଣୀ।


ଧୈର୍ଯ୍ୟହରାଙ୍କର ମନରେ ଶକ୍ତି ସାହସ ଭରି

ଦୁଃଖ ଅବସାଦୁ ମାଆ ଯେ କରିଥାଆନ୍ତି ପାରି ।

ସୂର୍ଯ୍ୟ ରାହୁ କେତୁ ମଙ୍ଗଳ ଥିଲେ ଗ୍ରହ ଙ୍କ ଦୋଷ

ମୁକତି ମିଳଇ ମାଆ ଯେ ଢାଳି ଦେଲେ ଆଶିଷ।

ଦୁର୍ଦ୍ଦଶା ଯେ ଦୂର କରନ୍ତି ଦୟାମୟୀ ଜନନୀ...


ଧଳା ରଙ୍ଗ ପ୍ରତି ଶରଧା ଧଳା ଫୁଲ ଯେ ପ୍ରିୟ

ମାଆଙ୍କୁ ପୂଜିଲେ ମନରୁ ଦୂର ହୁଅଇ ଭୟ।

ମନ୍ଦ ଶକ୍ତି ମାନେ ମାଆଙ୍କୁ ଦେଖି ଦୂରୁ ଡରନ୍ତି 

ସଫଳତା ମିଳେ ସବୁଠି ମାଆ କୃପା କଲେ ଟି।

ବିପଦେ ଆପଦେ ଭରସା ପାଇଁ ପାଦେ ଦୟିନୀ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract