STORYMIRROR

Krushnapriya Mohapatra

Tragedy

4  

Krushnapriya Mohapatra

Tragedy

ଶାସ୍ତି

ଶାସ୍ତି

1 min
24.1K


ସୃଷ୍ଟି ସମ୍ଭାରରେ ସୃଜିଲେ ବସୁଧା

ଜଗତ କରତା ଯେବେ।

ମହିମା ମଣ୍ଡିନି ଶୋଭା ମୟି ସୁଧା

ବରସିଲା ଅନୁରାଗେ।


ଜଳ ସ୍ଥଳ ବନ ନଦୀ ଓ ପର୍ବତ

ବିସ୍ତାରିଲେ କ୍ରମେ କ୍ରମେ।

ସବୁଜ ସୁନ୍ଦର ସ୍ଵଚ୍ଛ ଆସ୍ତରଣ

ପ୍ରକୃତି ସଜୀବ ଯେହ୍ନେ ।


କ୍ଷଣିକ ଅଳିକ ମାନବ ସୃଜିଲେ

ଜୀବ ମଧ୍ୟେ ଶ୍ରେଷ୍ଠ ତର

ବୁଦ୍ଧି ତା ପ୍ରଖର ନିଜ ପାଇଁ କଲା

ପ୍ରକୃତିକୁ ଛାରଖାର।


ନଷ୍ଟ ହୁଏ ଧରା,ଆକାଶ ଆଚ୍ଛାଦେ

ଧୁମ୍ର ମୟ ଧୂଳି ସ୍ନାନେ

ବୃକ୍ଷଛେଦି ବନ କରେ ନଷ୍ଟ ଭ୍ରଷ୍ଟ

ଗିରି ପ୍ରସ୍ତର ଖୋଦନେ।


ବୁଝେନା ମଣିଷ ପ୍ରକୃତି ନିୟମ

କରେ ତାକୁ ବ୍ୟତିବ୍ୟସ୍ତ 

ଆସିଲା ସମୟ ଭୋଗିବା ନିଶ୍ଚୟ

କୋପ ତାର ଅପର୍ଯାପ୍ତ।


ତାର ପରିଣାମ ସ୍ୱରୂପ କୋରନା

ସମଗ୍ର ପୃଥିବୀ ପରେ

କରୁଛି ବିଧ୍ୱସଂ ଜନ ଜୀବନକୁ

ମଣିଷ ଯେ ପ୍ରାଣ ହାରେ।


ବୁଝି ଯାଅ ଏବେ ହେ ସଭ୍ୟ ସମାଜ

ନିଜକୁ ସୁଧାରି ନିଅ।

ପ୍ରକୃତି ଓ ପରିବେଶର ସୁରକ୍ଷା

କରିବାରେ ମନ ଦିଅ।


କୋଭିଡ୍ 19 କରେ ସଚେତନ

ପରିବେଶ ସ୍ୱଚ୍ଛ କର।

ନିଜକୁ ପ୍ରସ୍ତୁତ କର ନିର୍ଦ୍ୱନ୍ଦରେ

ଭୂତାଣୁ ହୋଇବ ଦୂର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy