STORYMIRROR

Arjuni charan Behera

Children

4  

Arjuni charan Behera

Children

ଶାନ୍ତିଦୂତ

ଶାନ୍ତିଦୂତ

1 min
186


ଚନ୍ଦ୍ରଶେଖରଙ୍କ ନିବାସ ସ୍ଥାନ

ପୁରାଣପ୍ରସିଦ୍ଧ ସେ କାଶୀଧାମ

ଲାଲ ବହାଦୁର ପାଶେ ଜନମିଲେ

ଅକ୍ଟୋବର ଦୁଇ ତାରିଖେ ଜାଣ ll

ଶାରଦା ପ୍ରସାଦ ରାମ ଦୁଲାରୀ 

ପାଳିଲେ ପୁତ୍ରକୁ ଶରଧା କରି 

ପିତା ବାଲ୍ୟକାଳେ ସ୍ଵର୍ଗବାସୀ ହେଲେ 

ଲାଲବାହାଦୁରେ ଅନାଥ କରି ll

ବାଲ୍ୟ କାଳୁ ସହି କେତେ କଷଣ 

ମାତୁଳ ଗୃହରେ ହେଲେ ପାଳନ 

ଦାରିଦ୍ର୍ୟରୁ ତାଙ୍କୁ ଶିକ୍ଷା ମିଳିଥିଲା 

କୋମଳ ହୃଦୟ ବାହାରେ ଟାଣ ll

କାଶୀ ବିଦ୍ୟାପୀଠେ ଗରିବ ଲାଲ 

ବିଦ୍ୟା ସାଧନରେ କଲା କମାଲ 

ଦର୍ଶନ ବିଦ୍ୟାରେ ପ୍ରବୀଣ ହୋଇ 

ଫେରିଲା ସେ ଶାସ୍ତ୍ରୀ ଉପାଧି ନେଇ ll

ଫିଙ୍ଗିଦେଲା ଶ୍ରୀବାସ୍ତବ ସାଙ୍ଗିଆ 

ଶାସ୍ତ୍ରୀ ସାଙ୍ଗିଆରେ କଲା କିମିଆ 

ଗାନ୍ଧୀ ମହାତ୍ମାଙ୍କ ଡାକରେ ମାତି 

ସ୍ୱାଧୀନ ସମରେ ପାତିଲା ଛାତି ll

ସତ୍ୟ ଅହିଂସାର ସମରେ ମିଳି 

ଖାଇଲା ପାହାର ଖାଇଲା ଗୁଳି 

ଗୁରୁ ଚେଲା ଦୁହେଁ ଅଂଟାକୁ ଭିଡ଼ି 

ଇଂରେଜ ଶାସନ ଦେଲେଟି ତଡ଼ି ll

ସତ୍ୟାଗ୍ରହ ମନ୍ତ୍ରେ ହୋଇଲ ମନ୍ତୀ 

ହେଲ ଭାରତର ପ୍ରଧାନ ମନ୍ତ୍ରୀ 

ଦେଶୁ ଦୂର କଲ ଖାଦ୍ୟ କଷଣ 

ଡାକ ଦେଲ ତୁମ୍ଭେ ଜୟ କିଷାନ ll

ନିଷ୍ଠୁର ଅରି ତା ବଢାଇ ହାତ 

ସୀମାରେ ସର୍ଜିଲା ରକତପାତ 

ସୈନିକେ ଡାକିଲ ଜୟ ଯବାନ 

ପଦାନତ ହେଲା ଶତ୍ରୁର ଟାଣ ll

ଶତ୍ରୁକୁ ପୁଣି ବଢାଇ ହାତ 

ସାଜିଲ ଭାରତ ଶାନ୍ତି ଦୂତ 

ତାସକେଣ୍ଟ ନବରେ ଚହଳ ପଡିଲା 

ଚୁକ୍ତି ହୋଇଛି ସ୍ବାକ୍ଷରିତ ll

ଏ ଦେଶକୁ ଆଉ ଫେରିଲ ନାହିଁ 

ଝୁରିଲା ଭାରତ ଜନନୀ ଚାହିଁ 

ଦିବ୍ୟ ଧାମକୁ ଚାଲିଲ ହେ ଯତି 

ଶାନ୍ତି ସନ୍ଦେଶ ବିଶ୍ୱେ ଦେଇ ll

ହେ ମହା ମାନଵ ହେ ଶାନ୍ତି ଦୂତ 

ଆଶୀର୍ବାଦ ଦେଇ ବଢାଅ ହାତ 

ତୁମରି ଆଶିଷେ ସନ୍ତାନ ଗଣ 

ସେବିବୁ ଚରଣ ଭାରତ ମାତ ll

      


Rate this content
Log in

Similar oriya poem from Children