ଶାଗୁଆ କ୍ଷେତ
ଶାଗୁଆ କ୍ଷେତ
କିଏ ସତେ ବିଛେଇ ଦେଇଛି
ଶାଗୁଆ ଶାଢ଼ୀଟେ ମୋ ଗାଁ
ଚାରି ପାଖେ ,
ଧରଣୀର ଏ ସୁନ୍ଦର ବେଶକୁ
ମେଘ ଭାସି ଭାସି
ଆକାଶେ ଦେଖେ ।
ପଲ୍ଲୀ ନବବଧୂ ଲଜ୍ଜ୍ୟାରୁଢ଼ ହୋଇ
ଓଢଣାକୁ ଦିଏ ଟାଣି ,
କାଖରେ କଳସୀ ଧରି
ଗଡିଆ ତଇଲା ଆଖୁରସ ଝରୁ
ଆଣୁଥାଏ ଯେବେ ପାଣି ।
ଅଲାଜୁକ ସାଜେ ସିକ୍ତ ପବନ
ଦୋଳି ଖେଳେ ଆସି
ସବୁଜିମା କ୍ଷେତେ ,
ବିଲ ଧାରେ ଧାରେ ଠିଆ ହୋଇଛନ୍ତି
ଶାଳୁଆ, ମହୁଲ
ଧୁସୁରିଆ ପଥେ ପଥେ ।