STORYMIRROR

KANHU CHARAN GOUDA

Others

3  

KANHU CHARAN GOUDA

Others

ଅଳସି ଆଖି

ଅଳସି ଆଖି

1 min
201

ଅଳସି ଆଖିରେ ନିଦ ପରସି 

ଦେଉଥାଏ ରାତି,

ସଙ୍ଗରେ ଆଣିଛି କୁହୁକିନୀ

ଭରିଥିବା ଶାନ୍ତି।


ପଲକ ଆଗରେ ଡେରା ଦେଲେଣି

ମେଞ୍ଚାଏ ସ୍ଵପ୍ନ,

ଆଉ ଟିକେ ପରେ କାହାଣୀ ରାଇଜର

ହେବ ଆୟୋଜନ।


କେତେ ଅବାସ୍ତବ କାହାଣୀ ଆଜି 

ସତ ହୋଇବ,

ଜହ୍ନ ଆଜି ହାତ ପାହାନ୍ତାରେ ଫୁଲ

ହୋଇ ଫୁଟି ଉଠିବ।


ଦୂର ଦିଗ୍-ବଳୟ ଲାଗିବ ସତେ

ମୋ ପାଦ ତଳେ,

ଶିଶିର ଓ ଶେଫାଳୀ ମିଶି ଅତର

ଢାଳିବେ ମୋର ହୃଦୟ କୂଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍