STORYMIRROR

Ch Loknath Reddy

Comedy

2  

Ch Loknath Reddy

Comedy

ଶ୍ୱଶୁର ବାହାଘର ଦିନ

ଶ୍ୱଶୁର ବାହାଘର ଦିନ

1 min
112

ପଚାରେ ଆଜି ମୁଁ ମୋର ଶ୍ୱଶୁରକୁ

ତା' ଖିଲି ହସକୁ ଦେଖି

କଅଣ ହୋଇଛି ଅହୋ ମୋ ଶ୍ୱଶୁର

ଯାଇଛ ଆନନ୍ଦେ ମାତି |


ଶ୍ୱଶୁର କହନ୍ତି ଖିଲି ଖିଲି ହସି 

ଶୁଣ ଜୁଇଁ ପୁଅ ମୋର 

ଆଜି ପରା ମୋର ବିବାହ ଦିନଟି

ମନେପଡେ ନାହିଁ ତୋ'ର |


ଆଜି ହେବେ ବର ଶ୍ୱଶୁର ମୋଅର

ଆଜି ସେ କଟକ ରାଜା

ଜାଣିବ ଜଗତ ଆଜି ବିଭା ଦିନ

ବାଜିବ ଡିଜେରେ ବାଜା |


ଶାଶୁ ମାଆ ମୋର ଆସିଲେଣି ଏବେ

ବର କନ୍ୟାଟେ ହୋଇ

ଲାଜେଇ ପଡୁଛି ବରକୁ ଦେଖିଣ

ହସୁଛି ଖନେଇ ସେହି |


ଏତିକି ପ୍ରାର୍ଥନା ପ୍ରଭୁପାଦ ତଳେ

ଶୁଣିବ ପ୍ରଭୁ ମୋ ଗୁହାରି 

ସଦା ହସୁଥାଉ ମୋ ଶାଶୁ ଶ୍ୱଶୁର

ଝରିଯାଉ ଆନନ୍ଦ ବାରି || 


Rate this content
Log in

Similar oriya poem from Comedy