STORYMIRROR

pranati Mahapatra

Comedy Others

3  

pranati Mahapatra

Comedy Others

ସେ କାଳ ନାହିଁ

ସେ କାଳ ନାହିଁ

1 min
260


ବ୍ରାହ୍ମଣୀ ବେଶରେ ଆସି ମହାଲକ୍ଷ୍ମୀ

କରିଥିଲେ ସଚେତନ,

କେଉଁ କାମ କିପରି ଭାବେ କରିବ

କରିଥିଲେ ତା ବର୍ଣ୍ଣନ।

କଥାବାର୍ତ୍ତା ଆଚାର ବ୍ୟବହାର

କା'ସାଥେ କି ରୂପେ କରିବ,

ସୁଖଶାନ୍ତି ହସଖୁସି ଆନନ୍ଦରେ

କିପରି କଟିବ ଦିନ।

ସେ ବେଳେ ବ୍ରାହ୍ମଣୀ କଥାକୁ ହେଜିଣ

କରୁଥିଲେ ଯିଏ ପୂଜା,

ମା ମହାଲକ୍ଷ୍ମୀ କୃପା ବାରି ଲାଭ 

ଗରିବ ହୋଇଲେ ରଜା।

ଆଜି ବୋହୁ ମାନେ ସକାଳ ଦଶ

ଆଗରୁ ଉଠନ୍ତି ନାହିଁ,

ଦୁଆର ଧୋଇବା ଝୋଟି ଚିତା ଦେବା

କିଏ ବା ଭାବିବ କାହିଁ।

କେଶ ପଖାଳିଣ ଝୁଣା ଧୂପ ଦୀପଦେଇ

ମାଆଙ୍କ ପୂଜା କେ କରିବ,

ମାର୍ଗଶିର ଗୁରୁବାରେ କୂଳବଧୁ କହେ

 ଚିକେନ ମଟନ ଖାଇବ।

କୁକୁର ସେବାରେ ଯା ଦିନ ଆରମ୍ଭ

କ୍ଲବ ପାର୍ଟିରେ ବିତେ ଦିନ,

ଶାଶୁ ଶଶୁରଙ୍କ ହିତ ଉପଦେଶ

ପାଇଁ କରେ ଦଣ୍ଡବିଧାନ।

ମାଣବସା ବହି ଶୁଣିବାକୁ ବୋହୁ

ପାଖରେ ତ ତର ନାହିଁ,

ପଢିବାକୁ ତାକୁ ଯିଏ ତ କହିବ 

ତା ଛପିରି ରହିବ ନାହିଁ।

ଡିସ୍କୋଗାନା ବୋହୁ ନିଇତି ଶୁଣଇ 

କ୍ଲବ ପାର୍ଟିରେ ଯାଇ,

ଛୋଟ ଛୁଆ ଜାମା ପିନ୍ଧି ନାଚୁଥାଏ

ଲାଜସରମକୁ ଖାଇ।

ସିନ୍ଦୁର ଅଳତା ସାତସପନ ତ

ଶାଢ଼ୀଟେ ପାଖରେ ନାହିଁ,

ବବ୍ ଚୁଟି କରି ମୋବାଇଲ ଧରି

ଷ୍ଟାଇଲ ନିତି କରଇ।

ପର ପୁରୁଷର ଗାଡ଼ି ପଛେ ବସି

ସ୍ଵାମୀଙ୍କୁ ବାଏ କରଇ,

ପିଲା ଛୁଆ ଭୁଲି ମଦମାଂସ ଖାଇ

ରାତି ଅଧେ ଆସୁଥାଇ।

ଏମିତି ଅନ୍ୟାୟ ଅନୀତି ରେ ମାତି

ଚାଲନ୍ତି ଆଜି ତ ସବୁ,

ଘୋର ବିପତ୍ତି ଯେ ମାଡ଼ି ଆସିଲାଣି

କରି ପାରିବାନି କାବୁ।

ଆଗକାଳକୁ ତ ବାଘ ଖାଇଲାଣି 

ସେ ଯେ ପୁରୁଣା କାଳିଆ କଥା,

କହି ଏଡେଇଲେ ଏ କଳିକାଳ ଟା

ଅଳ୍ପଦିନେ ଧ୍ଵଂସ ଜାଣିଥା।


Rate this content
Log in

Similar oriya poem from Comedy