STORYMIRROR

Mamatamanjari Das

Inspirational Others

3  

Mamatamanjari Das

Inspirational Others

ସବୁତ ଏଇଠି ଅଛି

ସବୁତ ଏଇଠି ଅଛି

1 min
272

ଅଳିକ ଜୀବନ କ୍ଷଣିକ ସମୟ

ଯେହ୍ନେ ଅଙ୍କା ବଙ୍କା ନଈ

ନଈ ପରି ଆମ ଜୀବନଟା ବନ୍ଧୁ

ଧାଏଁ କେତେ ମୋଡ ଦେଇ।


ନଈ ସବୁବେଳେ ଧାଉଁଥାଏ ସିନା

ସାଗରେ ମିଶିବା ପାଇଁ

ମଣିଷ ଜୀବନ ଧାଇଁ ଧାଇଁ ଶେଷେ

ମୃତ୍ୟୁ ତାକୁ ଯାଏ ଛୁଇଁ ।


ଜୀବନ ବି ସତ୍ୟ ମୃତ୍ୟୁ ବିତ ସତ୍ୟ

ଏଇ ଜୀବନ ପ୍ରବାହେ

ଧର୍ମ ଅଧର୍ମ ର ବିଚାର ଭାବଟା

ଆମ ଚେତନା ରେ ଥାଏ।


ଫୁଲଟି ସର୍ବଦା ମହକକୁ ତାର

ସଭିଙ୍କୁ ବିତରି ଥାଏ

ଅପରିଚିତ ବି ଲାଗେ ଆପଣାର

ମନ ଯେବେ ମିଶିଯାଏ ।


କିଛି ବଦଳେନା ସବୁ ଏଠି ଥାଏ

ଭିନ୍ନ ରୂପ ରଙ୍ଗ ନେଇ

ହୃଦୟକୁ ତୁମ କରିଲେ ବିଶାଳ

ସବୁ ଯିବ ଏଠି ପାଇ ।


ଯାହା ତ ପାଇଛ ଏଇଠୁ ପାଇଛ

ଏଇଠି ବି ଦେଇ ଚାଲ

ଗର୍ବ ଅଭିମାନ ଛାଡିଦିଅ ବନ୍ଧୁ

ଅନ୍ୟ ଓଠରେ ଫୁଟାଅ ଫୁଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational