Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Fantasy

3  

Bikesh Sahu

Fantasy

ସ୍ବପ୍ନଟିଏ

ସ୍ବପ୍ନଟିଏ

1 min
6.9K


ସତରେ କେତେ ନିଆରା ସେ

ଅସମ୍ଭବକୁ ମଧ୍ୟ ଦେଇପାରେ ସେ

କ୍ଷଣିକ ପାଇଁ ବାସ୍ତବର ରୂପଟିଏ ।

ଗ୍ରୀଷ୍ମ ଝାଞ୍ଜିର ରାତ୍ରିରେ ବି ଦେଇପାରେ ସେ

ବସନ୍ତର ଶିତଳତା

ତନୁ ମନରେ ଆଣିଦେଇ ପାରେ

ଅପୂର୍ବ ସିଂହରଣଟେ ।

କେତେବେଳେ ସଜେଇ ଦିଏ

ପରୀରାଇଜର ରାଜକୁମାର ରୂପେ

ତ କେବେ ଆଙ୍କିଦେଇ ଯାଏ

ସ୍ୱର୍ଗର ଅପୂର୍ବ ଶୋଭାର ଚିତ୍ରଟିଏ ।

କେବେ ମନ ରାଇଜର ରାଣୀ ସାଜି

ଅସ୍ପଷ୍ଟ ସ୍ୱରରେ କହିଯାଏ

ସେଇ ଅତୀତର ଅଭୁଲା କାହାଣୀଟିଏ ।

ତ କେତେବେଳେ ଏ ହୃଦୟ ଗ୍ରନ୍ଥାଗାରରେ

ସାଇତି ଦେଇଯାଏ ସେଇ

ଅତୀତର ଅଭୁଲା ସ୍ମୃତିଟିଏ ।

କିଏ କହିଲା ସ୍ୱପ୍ନ ବୃଥା

ଦଗ୍ଧ ପ୍ରାଣରେ ଦେଇପାରେ ଶିତଳତା

ବଞ୍ଚିରହି ଆଗକୁ ବଢିବାକୁ

ପ୍ରେରିତ କରୁଥିବା

ଅଖଣ୍ଡ ଆଶାର ପ୍ରଦୀପଟିଏ ।

ସେ ତ ସ୍ୱପ୍ନଟିଏ………….


Rate this content
Log in

Similar oriya poem from Fantasy