STORYMIRROR

Sudhir Kumar Panda

Inspirational

4  

Sudhir Kumar Panda

Inspirational

ସ୍ବାଦରେ ଜୀବନ

ସ୍ବାଦରେ ଜୀବନ

1 min
22.7K

ଜୀବନଟା ମିଳାମିଶା କେତେ ଉପାଦାନ

ଯେମିତି ଭୋଜନେ ଥାଏ ଅନେକ ବ୍ୟଞ୍ଜନ

ରାଗ ଲୁଣି ମିଠା ଖଟା କଷା ମିଶାମିଶି

ରାଗ ରୁଷା ହସ ମଜା ସ୍ନେହ ପ୍ରେମ ମିଶି।


ଅଲଣା ଜୀବନ କେବେ ଲାଗେନାହିଁ ଭଲ

ଲବଣ ଅଧିକ ହେଲେ ନ ଥାଏ ତା ମୂଲ।

ମିଠା ଆଉ ଖଟା ଲାଗେ ପାଟିକୁ ସୁଆଦ

ଜଗିରଖି ନ ଖାଇଲେ ସ୍ବାସ୍ଥ୍ୟକୁ ବିପଦ।


କଟୁ ତିକ୍ତ କଷାୟ ଯେ ସ୍ବାସ୍ଥ୍ୟ ପାଇଁ ଭଲ

ଋଚୁ ବା ନ ଋଚୁ ତାକୁ ନି'ତି ଖାଇଚାଲ।

ରାଗର ଅଧିକ ମାତ୍ରା କେବେ ନୁହେଁ ଭଲ

ସବୁ ସ୍ବାଦ ପରଖିବ କରି ସମତୁଲ।


ଜୀବନରେ ସବୁ ସ୍ବାଦେ ସମନ୍ବୟ ଥାଉ

ହସ ଖୁସି ଆନନ୍ଦରେ ଏ ଜୀବନ ଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational