ସ୍ବାଧିନ ଭାରତର ସନ୍ତାନ ଆମେ
ସ୍ବାଧିନ ଭାରତର ସନ୍ତାନ ଆମେ
ସ୍ୱାଧିନ ଭାରତର ସନ୍ତାନ ଆମେ ତ୍ରିରଙ୍ଗା ଆମର ଧ୍ଵଜା
ଖୋଲାଆକାଶର ବିହଙ୍ଗ ଆମେ ସତ୍ୟ, ଧର୍ମ, ଅହିଂସାରେ ଉଭା ।୧।
ସ୍ୱାଧୀନତା ଆମ ଚିର ଅଧିକାର ଗାନ୍ଧୀ, ଗୋପବନ୍ଧୁ ଯାହା ଦେଇଥିଲେ
ବିଜୟବାନାର ପତାକା ଉଡ଼ାଇ ବନ୍ଦୀ ଜୀବନରୁ ମୁକ୍ତ କଲେ ।୨।
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭଉଣୀ ଭାଇ
ବିଶ୍ୱାସରେ ବନ୍ଧା ଆମ ଭାରତରେ ନାହିଁ ଜାଗା ଶତ୍ରୁ ପାଇଁ ।୩।
ସମୟ ଆସିଛି ଶପଥ ନେବାରେ ଏକତାର ମନ୍ତ୍ର ଗାଇ
ମାତୃ ଭୂମିର ପାଦ ତଳେ ଦେବା ଶତ୍ରୁର ମୁଣ୍ଡ ଗଡ଼ାଇ ।୪।
ଜନ୍ମଭୂମିର ସେବା ଆମ ଧର୍ମ ପଛ ସବୁ ଧର୍ମ କର୍ମ
ଦେଶ ମାତୃକାର ମାନ ରକ୍ଷା ପାଇଁ ବଳି ଦେବା ନିଜ ସ୍ୱାର୍ଥ ।୫।