STORYMIRROR

KUMUDA CHANDRA DALEI

Romance

2  

KUMUDA CHANDRA DALEI

Romance

ସାଥୀ

ସାଥୀ

1 min
2.5K


ଅଗ୍ନି ଦେବ ସାକ୍ଷୀ ରଖି

କରି ଥିଲି ସାଥୀ

ଲେଖି ନେବା ଏ ଜୀବନ

ଜଂଜାଳର ପୋଥି

ମନ କଥା ନ ବୁଝିଲ

କଲ ହତାଦର

ମୁଁ ଭାବେ ଯେତେ ନିଜର

ତୁମେ ଭାବ ପର

ତୁମ ପାଖେ ପାଖେ ଥିବି

ହେଉ ଯେତେ ଦୂର

ସାଥୀ ପରା ମୁଁ ତୁମର

ମଥାର ସିନ୍ଦୂର

ମୋ ଜୀବନ ଚଲା ପଥେ

ତୁମେ ହେଲେ କଣ୍ଟା

ସଫା କରୁଥିବି ନିତି

ନ ସଳଖି ଅଣ୍ଟା

କଳା ବାଦଲରେ ଶଶୀ

ହେଲେ ଆଚ୍ଛାଦିତ

ଶଶୀ ବିନା କୁମୁଦିନୀ

ନୁହେଁ ପ୍ରଷ୍ପୁଟିତ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance