STORYMIRROR

kamal kumar dash

Action Inspirational Thriller

3  

kamal kumar dash

Action Inspirational Thriller

ସାଙ୍ଗସାଥୀ

ସାଙ୍ଗସାଥୀ

1 min
190


    କାଲି ସାଙ୍ଗ ଥିଲେ ଆଜିବି ରାହିଚେ

କାଲି ବି ରହିବl ସାଥୀ

ଜୀବନ ପଥରେ ଖାଲି ସିନା ଦୂରେ

       ମନ କିନ୍ତୁ ସେଠି ଅଛି ।

   

    ଚାଲ ଆଜି ସାଙ୍ଗ  ସ୍କୁଲକୁ ଫେରିବା

ଫେରିବା ପୁରୁଣା ଦିନେ

ସ୍ମୃତି ସାଉଣ୍ଟିବା ଏକାଠି ହସିବା

       ଭିଜିବା ସେ ଗଲା ଦିନେ ।


ସେଇ ପଡିଆରେ କ୍ରିକେଟ ଖେଳିବା

ଫୁଟ ବଲ୍ ଆଉ ହକି

ସେଇ ଗଛ ତଳେ ବହି ରଖିଦେଇ

        କବାଡି ଖେଳିବା ନାଚି ।


କ୍ରାଫ୍ଟ ରୁମ୍ କ୍ଲାସ ସାଇନ୍ସ ଲlବ

ବସିବା ଏକାଠି ହୋଇ

ହୀମାଳୟ ପରେ ଚଢ଼ିକି ବୁଲିବା

      ଆମ୍ବ ତୋଳି ଯିବl ଖାଇ ।


ପୁରୀ ଆଲୁଦମ୍ ମିଶିକି ଖାଇବା

        ଖାଇବା ବାଦାମ ଭଜା

     ଏତେ ଦିନ ପରେ  ଏକାଠି ସ୍କୁଲରେ

         ମିଶିକି କରିବା ମଜା ।

  

    ଭୁଲିନେ କିଛିବି    ଗଲା ଦିନ କଥା 

         ଆଜି ସବୁ ଅଛି ମନେ

     ଦୂର ସହରରେ    ତୁମେ ମନ ଝୁରେ 

         ମିଶିବାକୁ ସବୁଦିନେ ।



Rate this content
Log in

Similar oriya poem from Action