STORYMIRROR

Kalpana Mishra

Abstract Fantasy

2  

Kalpana Mishra

Abstract Fantasy

ସାଇତା ସ୍ବପ୍ନ

ସାଇତା ସ୍ବପ୍ନ

1 min
2.6K


ଯେତେବେଳେ ଆଶା ଦିଗବଳୟ ଛୁଇଁଯିବ

ଅସରାଏ ବର୍ଷା ହୋଇ ଝରିଯିବ ଭସା ବାଦଲସାଥେ

ମୋ ନିମନ୍ତ୍ରଣ ପାଇ,

ନିମନ୍ତ୍ରିତ ଅତିଥି ଆବାକ୍ ହୋଇଯିବେ

ତୁମ ମୋର ସମ୍ପର୍କକୁ ନେଇ।

ଝରକାର ଆରପାଖେ ମେଘସାଥେ ଜହ୍ନ ଖେଳୁଥିବ

ଶୁଖିଲା ଭୂଇଁକୁ ପଲ୍ଲବିତ କରି ଧସେଇ ପଶିବ

ଭାବନାର କୋଠରୀକୁ ,

ତୁମ ମୋର କଥା କଟାକଟି ରୂପନେବ ଘୂର୍ଣିଝଡ,

କେତେବେଳେ ଆସି ଚାଲିଯିବ ଜାଣିବେନି କେହି ।

ଆଖିପତା ନଇଁ ଯିବ କୋହହୋଇ ଭିଜିଯିବ

ଯାଦୁକରୀ ପରସରେ ସବୁ ନୂଆଁ ମନେହେବ ,

କେରାଏ ଦୃଷ୍ଟି ଫିଙ୍ଗିଦେବ ଅଜାଣତରେ

କେହି ଟେର୍ ପାଇବେନି

ମାନ ଅଭିମାନ ସବୁ ଉଛୁଳିପଡିବ

ସାଇତା ସ୍ଵପ୍ନକୁ ରୂପ ଦେବାପାଇଁ ।। 

            

     -କଳ୍ପନା-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract