STORYMIRROR

Kalpana Mishra

Fantasy Abstract

2  

Kalpana Mishra

Fantasy Abstract

ଭିଜା ଭିଜା ସ୍ଵପ୍ନ

ଭିଜା ଭିଜା ସ୍ଵପ୍ନ

1 min
13.6K


ନିଶୂନ ଶ୍ରାବଣରେ

ବର୍ଷିଯିବ ତୁମେ ଯେବେ

ମୋ ଇଲାକାରେ

ନଦୀ ହେଇ ବହିଯିବ ଛୁଇଁ

ହୃଦୟ କିନାରା।

ରିମ୍ ଝିମ୍ ବରଷାର ମଧୁର ପରଶ

ପଶିଯିବ ଝର୍କା ଦେଇ

ବାହାରେ ବିଜୁଳିର ଚମକ

ଦୋହଲାଇ ଦେବ କ୍ଷୁର୍ଣ୍ଣ ଉପତ୍ୟକା।

ପୁଲକିତ ଆନମନା ମନ  ଭିଜିଯିବ

ଗୋଲାପି ବର୍ଷାରେ

ମେଘ ମହ୍ଲାର ସାଜି

ସୁର ଦେବ ବୀଣାର ତନ୍ତ୍ରୀରେ ।

ହୃଦୟର ଭାବାବେଗ ବହିଯିବ

ଭିଜା ଭିଜା ମନ ନେଇ

ପ୍ରତୀକ୍ଷିତ ଅବସ ଜୀବନେ

ନିର୍ଜୀବ ପ୍ରାଣରେ ଟାଣି ଜୀବନର ରେଖା।

ଆକାଶର ସଫେଦ କାନଭାସରେ

ଭାବନାର ତୂଳୀ ନେଇ

ଗଢିଦେବ କୋଣାରକ

ମୁକସାକ୍ଷୀ ଥିବ କେବଳ ବର୍ଷା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy