STORYMIRROR

Kalpana Mishra

Others

3  

Kalpana Mishra

Others

ସାୟାହ୍ନର ସୂକ୍ତି

ସାୟାହ୍ନର ସୂକ୍ତି

1 min
260

ଚାଲିବାକୁ ଦିଅ ମତେ

ଅତୀତ ଓ ବର୍ତ୍ତମାନର

ଦୋ ମୁହିଁ ରାସ୍ତାରେ

ସିଇଁବାକୁ ସାତଚିରା ଅତୀତକୁ

ଝୁଲୁଛି ଯାହାକି ଗାଁ ମୁଣ୍ଡ ପଠା

ଝଙ୍କାଳିଆ ଗଛ ଡାଳରେ।

ପାଇଯିବି ଯେବେ

ସାତତାଳ ପାଣିଭିତରେ ପଦ୍ମର ସନ୍ଧାନ

ଅବାକ୍ ହୋଇ ଚାହିଁଥିବେ

ଅଦୃଶ୍ଯ ଶକ୍ତି ହାତରେ ବନ୍ଧା

ମୋର ବନ୍ଧୁପରିଜନ।

ସତେକି? ତୁମ ନୀରବତାକୁ ଚାପିରଖି

ଅନାବିଳ ପ୍ରେମର ଫୁଆରରେ

ଉବୁଟୁବୁ ମନ

ଦିଗହରା ନାବିକ ପରି

ଘୁରିବୁଲୁଛି ସମୟର କୋଣ ଅନୁକୋଣ।

ଦୀର୍ଘାୟୁ ହେବାର ଆଶିଷରେ

ଭୁଲିଯାଇଛି ପାପ ପୂଣ୍ଯର ବଳୟ

ଜିତିବାର ଅଭିପ୍ସାରେ

ଜାଗିଛି ଅହଂ ଭାବ ସମଗ୍ର ଶରୀର।

ଝରକାର ଆରପାରେ ଛାଇଆଲୁଅ

ପତ୍ର ଉହାଡୁ ଝୁଙ୍କିପଡିଛି

କର୍ଦ୍ଦମାକ୍ତ ଚଟାଣରେ

କୁଢ କୁଢ ଶବଙ୍କ ଗହଣେ

ଜୀଇଁବାର ଇଚ୍ଛା ନେଇ

ସାତସିଆଁ ସମ୍ପର୍କକୁ ଯୋଡିବାରେ ବ୍ଯସ୍ତ ।

ଅତିକ୍ରମୀ ଦୀର୍ଘପଥ

ସାୟାହ୍ନର ଚୌହଦୀରେ

ଘୋଷିବାକୁ ମୁକ୍ତିର ପ୍ରତିଟି ଅକ୍ଷର

ନାହିଁ ଯେଉଁଠି ଯନ୍ତ୍ରଣା

ଆଉ ଫେରିବାର ବାଟ।  


Rate this content
Log in