STORYMIRROR

Kalpana Mishra

Abstract

2  

Kalpana Mishra

Abstract

ତୁମେ ଯେବେ ମନେ ପଡ......

ତୁମେ ଯେବେ ମନେ ପଡ......

1 min
162

ଜହ୍ନ ହେଇ ଉଇଁଯିବି ଯେବେ

ତୁମ ମନ ଖୋଲା ଆକାଶ ରେ

ମେଘ ହେଇ ଢାଙ୍କିଦେବ

ପଣତ କାନିରେ


ଜ୍ଯୋତ୍ସା ହେଇ ଢାଳିଦେବି ଯେବେ

ଶୀତଳ କିରଣ ତୁମ କବରୀରେ

ତୃଷ୍ଣା ହେଇ ପିଇନେବ

ବିଶାଳ ବକ୍ଷରେ


ଆଙ୍କି ଦେବି ସ୍ବପ୍ନ ଯେବେ

ତୁମ ମନ କୋରା କାଗଜରେ

ଉଡାଇ ନେବ ପବନ

ଆଖି ପିଛୁଳାରେ


ନଦୀ ହେଇ ବହିଯିବି ଯେବେ

ତୁମ ଇଲାକାରେ

ବନ୍ଯାହେଇ ଭାସିଯିବ ଅତୀତ

ତୁମରି ଛୁଆଁରେ


ସୂର୍ଯ୍ୟ ହେଇ ଲୁଚିଯିବି ଯେବେ

ଦିଗ୍ବଳୟ ସୀମାରେଖା ପରେ

ଖୋଜୁଥିବ ସ୍ମୃତି ତୁମେ

ସାଗର ବେଳାରେ


ମନେପଡିଯିବ ତୁମେ ଯେବେ

କ୍ଷୁର୍ଣ୍ଣ ମାନସରେ 

ଅଟକି ଯିବ ମନ

ତୁମ ଗାଁ ଗହିରୀ ପଠାରେ


ତୁମ ବୀଣାର ସୂର ଯେବେ

ଛୁଇଁ ଯିବ ହୃଦୟର କୋଣ ଅନୁକୋଣ

ବର୍ଷା ହେଇ ଝରିଯିବି

କ୍ଷଣ ଅନୁକ୍ଷଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract