STORYMIRROR

Kalpana Mishra

Others

2  

Kalpana Mishra

Others

ଆୟୁଷ୍ମାନ୍

ଆୟୁଷ୍ମାନ୍

1 min
13.3K


ମାନସ ପଟରୁ ଝାପସା ସବୁ

ଅଳି ଅର୍ଦ୍ଦଳୀ ଗୋଳେଇ ଘାଣ୍ଟି

ଜାଗୃତ ସ୍ମୃତି ସବୁ ନିଶ୍ଚିହ୍ନ

କେବଳ ବଞ୍ଚିବାର ଆଶା

ସୌଦାଗର ସାଜି

ସାଗରର କୋଣୁ ଅନୁକୋଣୁ

ସାଉଁଟି ନେବାର ପ୍ରୟାସ

ବିକ୍ଷିପ୍ତ ବାଲିଗରଡା ।

ହୃଦୟବେଦୀପରେ ଆଶାର ସୌଧ

ଛିଡାହେଇ ହାତଠାରି ଡାକୁଛି

ପତଙ୍ଗ ପ୍ରାୟ ଜାଣିଶୁଣି

ଜୀବନ ଜୁଇରେ ନିଜକୁ ସମର୍ପି ଦେବାକୁ।

ସବୁ ଶକ୍ତି ଚାଲିଯାଇ

ପଡି ରହିଛି ଅଲୋଡା ଜୀବନ

ସମ୍ଭାବନା ଭିତରେ

ଉଦ୍‌ବିଗ୍ନ ମନ ଝାଡିଝୁଡି ହୋଇ ପ୍ରସ୍ତୁତ

ଜୀବନର ଅନ୍ତିମ ପର୍ଯ୍ୟାୟ ।

କେବଳ ଆୟୁଷ୍ମାନ ହେବାର ଆଶୀର୍ବାଦ

ଯାହା ଟାଣି ନେବ

ଦୁର୍ଗମ୍ୟ ଉପତ୍ୟକାକୁ

ଯେଉଁଠି ଝୁଲୁଥିବ ଆଶାର ଅନେକ କଙ୍କାଳ।

କଳ୍ପନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍