STORYMIRROR

Sushantkumar Pradhan

Inspirational Others

2  

Sushantkumar Pradhan

Inspirational Others

ସାହା ଆମ ଜଗନ୍ନାଥ

ସାହା ଆମ ଜଗନ୍ନାଥ

1 min
14.4K


ଆସୁ ଭୂମିକମ୍ପ ଅବା ଅଗ୍ନିପାତ,

ହେଉ ପଛେ ଘୂର୍ଣ୍ଣିଝଡ,

ଜଗନ୍ନାଥ ନାମେ ବିଶ୍ଵାସ ରଖିଥା,

ହୋଇଯିବେ ସବୁ ଜଡ ।।


ମାରିବା ତାରିବା ସବୁ ତା ହାତରେ,

ହୁଅ ନାହିଁ ଆତଙ୍କିତ,

ଶୟନେ ସପନେ ଅବା ଜାଗରଣେ,

ସେ ଆମ ରକ୍ଷାକବଚ ।।


ଆସୁ ଅଂଶୁଘାତ ବଢୁ ରୌଦ୍ରତାପ,

ତଥାପି ନ କର ଚିନ୍ତା,

ଯେତେ ଝଡ ଝଂଜା ଆସିଲେବି ମାଡି,

ଚକ୍ର ପେଶି କରେ ରକ୍ଷା।।


ବ୍ରହ୍ମାଣ୍ଡ କରତା ଦଇବ ବିଧାତା,

ଆମ ଉତ୍କଳୀୟ ନେତା,

ନୀଳାଚଳ ଧାମେ ଜଗନ୍ନାଥ ନାମେ,

ବସିଛି ଟେକି ତା ଛତା ।।


ବିପଦେ ଆପଦେ ବିଶ୍ଵାସ ଭରସା,

ସାହା ହୁଏ ଦେଇ ରାହା,

ଆସୁ ବାଆ ବତାସ ନ ହୁଅ ହତାସ,

ଅଛି ଆମ ଚଉବାହା ।।


ସୁଶାନ୍ତ ପ୍ରଧାନ

ବନ୍ଧହୁଡା

ନରସିଂହପୁର କଟକ

👌👌👌👌👌


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational