STORYMIRROR

PRABHAT KUMAR MALLICK

Inspirational

3  

PRABHAT KUMAR MALLICK

Inspirational

ସ୍ଵାଧୀନତା ଦିବସ

ସ୍ଵାଧୀନତା ଦିବସ

1 min
148



ଅଗଷ୍ଟ ମାସର ପନ୍ଦର ତାରିଖ 

ଆମ ସ୍ବାଧୀନତା ଦିବସ

ହସ ଉଲ୍ଲାସରେ ପାଳୁଅଛୁ ଆମେ 

ଏହାକୁ ପ୍ରତ୍ଯେକ ବରଷ ।


ଭାରତ ମାତାର ସନ୍ତାନ ଆମେ 

ହୋଇଅଛୁ ଆମେ ସ୍ବାଧୀନ

ବିଦେଶୀ ଶକ୍ତିକୁ ଆଉ ଭୟନାହିଁ 

ନାହୁଁ ଏବେ ଆମେ ପରାଧିନ ।


ଜ୍ଞାନ ବିଜ୍ଞାନ ବୈଷୟିକ ଜ୍ଞାନ 

ସବୁ ଏବେ ଆମ ଅଧିନ

ସାରା ବିଶ୍ବେ ଆଜି ଉଡୁଅଛି ଆମ

ବିଜୟ ତ୍ରିରଙ୍ଗା କେତନ ।


ହଟିଛି ଅଶିକ୍ଷା ହଟିଛି ଗୋଲାମି

ହଟିବ ଆମ ଦୁଃଖ ଦୁର୍ଦ୍ଦଶା

ଶତ୍ରୁ ନାଲି ଆଖି ଦେଖି ଆମେ କେବେ 

ହେବୁ ନାହିଁ ଆଉ ହତାଶା ।


ପୂରୁବ ଗୌରବ ପୂରୁବ ମହିମା 

ଫେରାଇବୁ ଆମେ କରି ଶପଥ

ଆମ ମାଆ ହେବ ବିଶ୍ବର ଗୁରୁ 

ଏକଥା ଘଟିବ ଜାଣ ନିଶ୍ଚିତ ।


ଯୁଗକ୍ରାନ୍ତିର ସନ୍ଧିକ୍ଷଣରେ ଆମେ 

ହୋଇଅଛୁ ଆଜି ଉପନୀତ

ଅଳପ ଦିନରେ ମାଆତ ଆମର 

ହୋଇବ ଅଖଣ୍ଡ ଭାରତ ।


ସାରା ଦୁନିଆରେ ହୋଇଅଛି ଗଣା 

ଆମରି ଦେଶର ସମ୍ବିଧାନ

ପ୍ରଥମ ସ୍ଥାନଟି ମିଳିଅଛି ପୁଣି 

ହୋଇଅଛୁ ଆମେ ସ୍ବାଧୀନ ।


Rate this content
Log in

Similar oriya poem from Inspirational