Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAT KUMAR MALLICK

Inspirational

4  

PRABHAT KUMAR MALLICK

Inspirational

ଛୋଟ ମୋର ଗାଆଁଟି

ଛୋଟ ମୋର ଗାଆଁଟି

1 min
253


ଆମ ଗାଆଁର ନାମ ଶିବପୁର, 

ବ୍ଲକ୍ ତାହାର ଧାମନଗର

ଭଦ୍ରକ ଅଟଇ ଜିଲ୍ଲାର ନାମ, 

ଓଡିଶା ପ୍ରଦେଶ କାଳିଆ ଧାମ ।


ବାସସ୍ଥାନ ଏଠି ଶିବଙ୍କର, 

ତେଣୁ ଗ୍ରାମର ନାମ ଶିବପୁର ।l

ପୂରୁବ ଦିଗେ ତାଙ୍କ ମନ୍ଦିର ,

ନାମଟି ହେଉଛି ଶିବେଶ୍ବର ।


ବରୁଣେଇ ମାଆ ତାଙ୍କରି ପାଶେ, 

ପୂଜନ୍ତି ସଭିଏଁ ମନ ହରଷେ

ପାଖେଛନ୍ତି ପୁଣି ବୀର ହନୁମାନ,

ତାଙ୍କ ପାଖେ ସବୁ ଭକ୍ତ ସମାନ ।


ଉତ୍ତର ଦିଗରେ ତାରିଣୀ ମାଆ,

ବିପଦେ ଆପଦେ ଆମକୁ ସାହା

ତାଙ୍କପାଖେ ବାବା ସିଦ୍ଧେଶ୍ଵର ,

ଅତିପ୍ରିୟ ସିଏ ଭକତଙ୍କର ।


ଗାଆଁ ମଝିରେ ସପ୍ତାଘର ,

ପୂଜା ପାଆନ୍ତି କଳା ଠାକୁର

ଦୋଳପୂର୍ଣ୍ଣମୀ ଯେବେ ଆସଇ, 

ନଅଦିନ ତାଙ୍କ ଲୀଳା ଚାଲଇ ।


ଗାଆଁଟି ଅଟେ ଭାରି ସୁନ୍ଦର, 

ଲୋକେ ରୁହନ୍ତି ତିନି ଜାତିର

ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଘର, 

ମୋଟ ସତୁରି ପରିବାର ।


ବିଦ୍ୟାଳୟଟି ଗାଆଁ ମୁଣ୍ଡରେ, 

ପିଲାଏ ପଢନ୍ତି ଯାଇ ସେଠାରେ

ତା'ପାଖରେ ପୁଣି ଖେଳ ପଡିଆ, 

ପିଲାଏ ଖେଳନ୍ତି ମାରନ୍ତି ଡିଆଁ ।


ଅନେକ ପରବ ବାର ମାସରେ, 

ପାଳନ୍ତି ସଭିଏଁ ଖୁସି ମନରେ

ରଜ ଶିବରାତ୍ରି ଦୋଳଯାତରା, 

ତା'ସାଙ୍ଗକୁ ପୁଣି ରଥଯାତରା ।


ପଣାସଙ୍କରାନ୍ତି ଗଣେଶ ପୂଜା, 

ଖୁସିରେ ସଭିଏଁ କରନ୍ତି ମଜା

ଶିକ୍ଷକ ସୈନିକ ଡାକତର, 

ରାଜନେତା ପୁଣି କଳାକାର ।


କୃଷକ ଶ୍ରମିକ ବ୍ୟବସାୟୀ ,

ଏଠାରେ ସଭିଙ୍କ ଜନ୍ମ ଅଟଇ

ଆମ ଗାଆଁଟି ଭାରି ସୁନ୍ଦର, 

ସଭିଏଁ ଲାଗନ୍ତି ଭାରି ନିଜର

ଆମ ଗାଆଁର ନାମ ଶିବପୁର ।


Rate this content
Log in

Similar oriya poem from Inspirational